ଚମ୍ପୁଆ ଶିଶୁ ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଚମ୍ପୁଆ, ୨୭ ଜୁଲାଇ (ହି.ସ.)- ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଗୁଇଁ ଯୋଗଦେଇ ଭାରତୀୟ ବୈଜ୍ଞାନିକ ମାନଙ୍କର ବିଜ୍ଞାନ କ୍ଷେତ୍ରରେ ଅବଦାନ ବିଷୟରେ ଛ
ଚମ୍ପୁଆ ଶିଶୁ ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ


ଚମ୍ପୁଆ, ୨୭ ଜୁଲାଇ (ହି.ସ.)- ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଗୁଇଁ ଯୋଗଦେଇ ଭାରତୀୟ ବୈଜ୍ଞାନିକ ମାନଙ୍କର ବିଜ୍ଞାନ କ୍ଷେତ୍ରରେ ଅବଦାନ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ଗିରି ପ୍ରମୁଖ ଯୋଗଦେଇ ବିଜ୍ଞାନ କିପରି ମାନବ ଜୀବନକୁ ଉନ୍ନତ ଓ ସରସ ସୁନ୍ଦର କରିପାରିଛି ସେ ବିଷୟରେ ସଚେତନ କରିବା ସହିତ ନୂତନ ଉଦ୍ଭାବନ କରିବା ପାଇଁଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ ଯୋଗଦେଇ ବିଜ୍ଞାନ ବିନା ଆଜି ମଣିଷ ତିଳେହେଲେ ବଞ୍ଚିବା ଅସମ୍ଭବ ବୋଲି କହିଥିଲେ । ପରିଚାଳନା ସମିତିର ସଦସ୍ୟା ପ୍ରତିଭା ମଞ୍ଜରୀ ନାୟକ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଜ୍ଞାନ ବିଜ୍ଞାନ ମେଳାର ଆଭିମୁଖ୍ୟ କଥନ କରିବା ସହିତ ସୂଚନା ପ୍ରଦାନ କରିଥିଲେ । ଆଚାର୍ଯ୍ଯ ଭାସ୍କର ଚନ୍ଦ୍ର ମହାକୁଡ଼ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଉମେଶ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ବିଜ୍ଞାନ ପ୍ରକଳ୍ପ, ପ୍ରଶ୍ନମଞ୍ଚ, ସଂସ୍କୃତ ଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରକଳ୍ପ, ବୈଦିକ ଗଣିତ ପ୍ରଶ୍ନମଞ୍ଚ, ପତ୍ରବାଚନ, କଥା କଥନ, ମୂର୍ତ୍ତି କଳା ଆଦି ପ୍ରତିଯୋଗିତା କରାଯାଇ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ମୋଟ ୯୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ବିିଭିନ୍ନ ବିଷୟରେ ମୋଟ ୨୪୮ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଜ୍ଞାନ ଆଚାର୍ଯ୍ୟ କିର୍ତ୍ତୀଚନ୍ଦ୍ର ମହାପାତ୍ର ଜ୍ଞାନ ବିଜ୍ଞାନ ମେଳାର ବିବରଣୀ ପାଠ କରିଥିଲେ।

ନିର୍ମଳ ଚନ୍ଦ୍ର ମହାନ୍ତ, ରବିନ୍ଦ୍ର କୁମାର ପଣ୍ଡା, ପ୍ରିୟଦର୍ଶିନୀ ଗିରି, ପଲ୍ଲିଶ୍ରୀ ଭାର୍ଗବୀ ପ୍ରଧାନ, ସରଳା ପ୍ରଧାନ, ଓମପ୍ରଭା ପ୍ରଧାନ, ସୁଶାନ୍ତ କୁମାର ଗିରି, ଚିତ୍ତରଞ୍ଜନ ମହାନ୍ତ, ସତ୍ୟଜିତ ପ୍ରଧାନ, ବସନ୍ତ କୁମାର ମହାନ୍ତ, ତ୍ରିବେଣୀ ପାତ୍ର, ସରୋଜ କୁମାର ପାତ୍ରଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande