
ଭୁବନ, ୨୭ ଜୁଲାଇ (ହି.ସ.)- ଭୁବନ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୪୯ଟି ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ୩୦ଟି ବ୍ୟକ୍ତିଗତ ଓ ୧୨ଟି ସାମୁହିକ /ଗ୍ରାମ୍ୟ ସମସ୍ୟା ଅନ୍ତର୍ଭୁକ୍ତ ଥିଲା । ଘଟଣାସ୍ଥଳରେ ୧୦ଟି ଅଭିଯୋଗର ସମାଧାନ ହୋଇଥିଲା । ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣ ଓ ରେଡକ୍ରସ ପାଣ୍ଠିରୁ ୫ ଜଣଙ୍କୁ ସମୁଦାୟ ୬୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ସଞ୍ଜୟ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ, କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ ଚନ୍ଦ୍ର ମହାନ୍ତି, ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ସହକାରୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଭୁବନ ବିଡ଼ିଓ ଆୟୁସି ମହାପାତ୍ର, ତହସିଲଦାର ଶୁଭଶ୍ରୀ ରଥ, ମେଡିକାଲ ଇନଚାର୍ଜ ଡ଼ା. ରମେଶ କୁମାର ସାହୁ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ