କୋଲାବିରା ବିଇଓ ଅଫିସରେ ଶ୍ରୀ ଗଣେଶ ମୂର୍ତି ପ୍ରତିଷ୍ଠା ଉତ୍ସବ, ଜିଲ୍ଲାପାଳଙ୍କ ଅଫିସ ପରିଦର୍ଶନ
Collector visit kolabira beo office
Collector visit


ଝାରସୁଗୁଡ଼ା, ୨୭ ଜୁଲାଇ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପ୍ରଭୁ ଶ୍ରୀ ଗଣେଶ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସୋମବାର ମହାସମାରୋହରେ ରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଅନୁଷ୍ଠିତ ପୂଜାର୍ଚ୍ଚନା ରେ ବିଇଓ ପ୍ରକାଶ ସାହୁ କର୍ତା ଓ ଯୁଗଳ ମିଶ୍ର ପୂଜକ ଦାୟିତ୍ୱ ତୁଲାଇଥିଲେ । ପୂଜାର୍ଚ୍ଚନା ପରେ ଜିଲ୍ଲାପାଳ କୁଣାଳ ମୋତିରାମ ଚହ୍ୱାଣ ଯୋଗଦେଇ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ । ଏହାସହ ଜିଲ୍ଲାପାଳ ବିଇଓ ଅଫିସ ପରିସରରେ ଏକ ଡିସପ୍ଲେ ବୋର୍ଡ ର ଉଦଘାଟନ କରିଥିଲେ । ପରେ ଅଫିସ ପରିସରରେ ଥିବା ଏନ ଏଲ ୟୁପି ସ୍କୁଲ ପରିଦର୍ଶନ କରି ତିଥି ଭୋଜନରେ ଭାଗ ନେଇଥିଲେ । ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ତହସିଲଦାର ମନୋଜ କୁଜୁର, ବିଇଓ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଲାବିରା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଦେବଶ୍ରୀ ଚିନ୍ମୟୀ ପିଙ୍ଗ, ନୃପଲାଲ୍ ୟୁପି ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ବୁଈ ଛଛାନ,ଶିକ୍ଷକ ଅଶୋକ ସାହୁ, ରମେଶ ସାହୁ, ଯୋଗେଶ୍ୱର ସେନାପତି, ଲିଙ୍କନ ନାଏକ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁବୋଧ ସାହୁ, ସୁରେଶ ସାହୁ, ବିଶ୍ୱଜିତ ଚୌଧୁରୀ, ଦୁଷ୍ମନ୍ତ ସେଟ୍, ଦିଲିପ ମାଳି, ସମୀର ନାଏକ, ପରମେଶ୍ୱର ପଟେଲ, ମିନତୀ ପଟେଲ ପ୍ରମୁଖ ଙ୍କ ସହ ସମସ୍ତ ସିଆରସିସି ଓ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande