
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ସିଆରପିଏଫ୍ ସ୍ଥାପନା ଦିବସରେ ବୀର ଯବାନଙ୍କୁ ସଲାମ୍
ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସିଆରପିଏଫ୍ ସ୍ଥାପନା ଦିବସ ଅବସରରେ ଭାରତର ସାହସୀ
ସୁରକ୍ଷାକର୍ମୀଙ୍କୁ ସଲାମ। ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତା ପାଇଁ ଅଟଳ ସାହସ, ସମର୍ପଣ ଏବଂ
ନିଃସ୍ୱାର୍ଥ ସେବାର ଭାବନା ସହ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍)ର
ଅଦମ୍ୟ ମନୋବଳକୁ ଆମର ସମ୍ମାନ ଓ ଶ୍ରଦ୍ଧା।
ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପ୍ରତ୍ୟେକ ୟୁନିଫର୍ମ ଏକ ପ୍ରତିଶ୍ରୁତିର ପ୍ରତୀକ। କେନ୍ଦ୍ରୀୟ
ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ପିଢ଼ି ପରେ ପିଢ଼ି ସେହି ପ୍ରତିଶ୍ରୁତିକୁ ଗୌରବର ସହ ପାଳନ
କରିଆସିଛି।
ସିଆରପିଏଫ୍ ସ୍ଥାପନା ଦିବସ ଅବସରରେ
ବଳର ସାହସ, ଶୃଙ୍ଖଳା ଏବଂ ରାଷ୍ଟ୍ରସେବାର ଗୌରବମୟ
ପରମ୍ପରାକୁ ଆସନ୍ତୁ ସମ୍ମାନ ଜଣାଇବା। ଦେଶବାସୀଙ୍କ ବିଶ୍ୱାସକୁ ଅଟୁଟ ରଖି, ଦେଶର ସୁରକ୍ଷା ସୁନିଶ୍ଚିତ କରିବା ସହ
ଉତ୍କର୍ଷତାର ନୂତନ ମାନଦଣ୍ଡ ସ୍ଥାପନ କରିବାରେ ସିଆରପିଏଫ୍ ନିରନ୍ତର ସଫଳତା ହାସଲ କରୁ ବୋଲି
ଆମର ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା