ରସଗୋଲା ଦିବସ ଓ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିର ଶୁଭେଚ୍ଛା ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ରସଗୋଲା ଦିବସ ଓ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି, ଅସ୍ମିତା ଓ
ରସଗୋଲା ଦିବସ ଓ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିର ଶୁଭେଚ୍ଛା     ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ରସଗୋଲା ଦିବସ ଓ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିର

ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତି ପରିଡା । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି, ଅସ୍ମିତା ଓ

ମିଷ୍ଟାନ୍ନ ପରମ୍ପରାର ପ୍ରତୀକ 'ରସଗୋଲା ଦିବସ' ଅବସରରେ ଆପଣଙ୍କୁ ଓ ଆପଣଙ୍କ ସମ୍ପୂର୍ଣ୍ଣ ପରିବାରକୁ ମୋର ହାର୍ଦ୍ଦିକ

ଶୁଭେଚ୍ଛା ଓ ଶୁଭକାମନା।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଅବସରରେ ମା' ଲକ୍ଷ୍ମୀଙ୍କୁ

ରସଗୋଲା ଭୋଗ ଲଗାଇ ମାନ ଭଙ୍ଗ କରିବାର ପରମ୍ପରା ଆମ ସଂସ୍କୃତିର ମଧୁରତାକୁ ଦର୍ଶାଏ। ଏହି ମଧୁର

ପର୍ବ ଆପଣଙ୍କ ଜୀବନରେ ଆନନ୍ଦ,

ସୁଖ ଓ ମିଷ୍ଟତା

ଭରିଦେଉ।

ସେହିପରି ପ୍ରଭାତି ପରିଡା କହିଛନ୍ତି ଯେ,ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ନୀଳାଦ୍ରି ବିଜେ ତଥା ରସଗୋଲା ଦିବସ ଅବସରରେ ହାର୍ଦ୍ଦିକ

ଶୁଭେଚ୍ଛା ଓ ଶୁଭକାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande