
ଭଦ୍ରକ, ୨୭ ଜୁଲାଇ (ହି.ସ.) - ଚଳିତ ୨୩ତାରିଖ ଦିନ ଭଦ୍ରକ ଟ୍ରକ ଟିପ୍ପର ଆସୋସିଏସନ ର ଜଣେ କର୍ମକର୍ତା(ଶୁଭେନ୍ଦୁ ମହାପାତ୍ର) ଧାମରା ମଦର ଟ୍ରକ ଟିପ୍ପର ମହାସଂଘ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା ସହ ଧାମରା ଅଂଚଳରେ ଥିବା ସମସ୍ତ ବ୍ୟକ୍ତି ବିଶେଷ ବାଂଲାଦେଶୀ, ରୋହିଙ୍ଗ୍ୟା,ରିଫ୍ୟୁଜ , ଚୋର ସଂପ୍ରଦାୟର ହୋଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ଟ୍ରକ ଟିପ୍ପରକି ଜବତ କରିବା ସହ ସେମାନଙ୍କୁ ଦେଶାନ୍ତର କରାଯିବା ର ଆବଶ୍ୟକତା ଅଛି ବୋଲି ଦେଇଥିବା ମନ୍ତବ୍ୟକୁ ବିରୋଧ ଆଜି କଇଥଖୋଲା ଠାରେ ମଦର ଟ୍ରକ ଟିପ୍ପର ଆସୋସିଏସନ ସହ ସହବନ୍ଧିତା ଥିବା ଭଦ୍ରକ ଜିଲ୍ଲାର ଅବଶିଷ୍ଟ ୭ଟି ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନିରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତା ମାନେ ସଂପୃକ୍ତ ବ୍ୟକ୍ତି ବିଶେଷ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ଘୋର ବିରୋଧ କରିବା ସହ ଏହା ସଂପୃକ୍ତ କର୍ମକର୍ତା ଦେଇଥିବା ମନ୍ତବ୍ୟ ସଂପୂର୍ଣ ଭିତିହୀନ। ଏବଂ ସଂପୃକ୍ତ ବ୍ୟକ୍ତି କିପରି ଭଦ୍ରକ ଜିଲ୍ଲାର ମହାସଂଘ ସହ ଧାମରା ଅଂଚଳର ସମସ୍ତ ଜନସାଧାରଣଙ୍କୁ ବାଂଲାଦେଶୀ କହିବା ସହ ସମସ୍ତଙ୍କ ଚରିତ୍ର ସଂହାର କରିଥିବା ବ୍ୟକ୍ତି ବିଶେଷଙ୍କ ର ଅପରିପକ୍ୱତା ଏବଂ ହୀନ ମାନସିକତାର ପରିଚୟ ସୃଷ୍ଟି କରୁଛି। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବା ସହ ସଂପୃକ୍ତ ବ୍ୟକ୍ତି ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି କୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଗିରଫ କରିବାକୁ ଦାବୀ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଉକ୍ତ ବ୍ୟକ୍ତି ଜଣକ ୨୦୧୦-୨୦୨୫ ମସିହା ପର୍ଯ୍ୟନ୍ତ ଧାମରା ଆଦାନୀ ବନ୍ଦରରେ ଜଣେ ଠିକାଦାର ଭାବେ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ବହୁ ଅନୈତିକ କାର୍ଯ୍ୟକଳାପ ପାଇଁ ବନ୍ଦର କର୍ତୁପକ୍ଷ ତାଙ୍କୁ କଳା ତାଲିକା ଭୁକ୍ତ କରିବା ସହ ଠିକାକାର୍ଯ୍ୟରୁ ବିତାଡିତ କରିଥିଲେ। ଫଳରେ ସଂପୃକ୍ତ ବ୍ୟକ୍ତି ହୀନ ମାନସିକତାକୁ ନେଇ ଏଭଳି ଅଶାଳୀନ ମନ୍ତବ୍ୟ ଦେବା ଓ ସମସ୍ତ ଅଂଚଳବାସୀଙ୍କ ଭାବାବେଗକୁ କ୍ଷୁର୍ଣ କରିବା ଆଦୌ ଶୋଭନୀୟ ନୁହେଁ ବୋଲି ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା। ଆଜି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଜିଲ୍ଲା ସିଣ୍ଡିକେଟର ସଭାପତି ସେକ ତାଞିମ ଅହମଦ କିସ୍ତି ,ସହ ସଭାପତି ସୟେଦ ନାସିମ ଅଲ୍ଲୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ଗୁପ୍ତା, କଳିଙ୍ଗ ସଂଘର ସଭାପତି ବନବିହାରୀ ମାଇତି, ପ୍ରଦ୍ୱୀପ କୁମାର ପଣ୍ଡା, ବଟକୃଷ୍ନ ବିଶ୍ୱାଳ, କଇଥଖୋଲା ଟ୍ରକ ଏବଂ ଟିପ୍ପର ସଂଘର ସଭାପତି ଦିଗମ୍ବର ଦାସ, ରାଜକୃଷ୍ନ ଦିନ୍ଦା, ବୈରୀଗଞନ ସାମଲ, ପ୍ରଫୁଲ କୁମାର ନାୟକ,ପ୍ରଦ୍ୟୁମ୍ନ ମାନ୍ନା, ବିଦେଇପୁର ଟ୍ରକ ଏବଂ ଟିପ୍ପର ସଂଘର ସଭାପତି ମୁରଲୀଧର ଘଡେଇ, ସଂପାଦକ କୃଷ୍ନଚନ୍ଦ୍ର ଘଡେଇ,ବାସୁଦେବପୁର ସଂଘର ସଭାପତି ଚନ୍ଦ୍ରକାନ୍ତ ଦାସ, ଜାମୁଝାଡି ସଂଘର ସଭାପତି ଶରତ ନାୟକ , ନରେନ୍ଦ୍ର ନାୟକ, ରାଜକିଶୋର ବେରା, ପ୍ରମୋଦ ନାୟକ, ଶୋନୁ ଲେଙ୍କା,ସେକ ମାଲିକ ଉଦିନଙ୍କ ସମେତ ୯ଟି ସଂଘର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ