
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ଭାରତ ରତ୍ନ ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ
ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭାରତ
ରତ୍ନ ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ ପୁଣ୍ୟତିଥିରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
ସେ କହିଛନ୍ତି ଯେ, 'ଜନତାଙ୍କ ରାଷ୍ଟ୍ରପତି' ଭାବେ ପରିଚିତ ସେ ଜଣେ ବିଶିଷ୍ଟ ବୈଜ୍ଞାନିକ ଓ ଅସାଧାରଣ ଶିକ୍ଷକ
ଥିଲେ। ଶିକ୍ଷା, ନବସୃଜନ ଏବଂ
ଯୁବଶକ୍ତିର ସାମର୍ଥ୍ୟ ପ୍ରତି ତାଙ୍କର ଅଟଳ ବିଶ୍ୱାସ ଆଜି ମଧ୍ୟ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ
ପରିଣତ କରିବାର ଯାତ୍ରାକୁ ଆଲୋକିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା