
ଜୟପୁର, ୨୭ ଜୁଲାଇ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ବଡଜିଉନା ଗ୍ରାମରେ ଗୋଦାବରୀଶ ବିଦ୍ୟାଳୟ କରିବାକୁ ଦାବି ହୋଇଛି । ଏନେଇ ଆଜି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଜୟପୁର ଉପ ଜିଲାପାଳ ଯଦୁମଣି ନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗୋଦାବରିଶ ବିଦ୍ୟାଳୟ ବଡ ଜିଉନା ଠାରେ ଖୋଲାଯାଉ ଗ୍ରାମର ବିଦ୍ୟାଳୟ ନିକଟରେ ଜାଗା ରହିଛି । ସେହି ସ୍ଥାନରେ କଲେ ଗ୍ରାମର ମୁଖ୍ୟ ସ୍ଥାନ ଅଟେ ଏଠାରେ କଲେ ଗ୍ରାମ ପିଲାଙ୍କ ସହ ପାଖଭେଜାଗୁଡା, ପୁଷପୁରି, ସାନଜିଉନା, ଇନ୍ଦ୍ରାକୋଲନୀ, ମାଝୀଗୁଡା, ଚତାମ୍ବଗୁଡା ଭଳି ଛଅଖଣ୍ଡ ଗ୍ରାମର ଛାତ୍ର ଛାତ୍ରୀ ପଢିବାର ସୁବିଧା ପାଇବେ । ଗତକାଲି ଯେଉଁ ସ୍ଥାନ ଚିହ୍ମଟ ହୋଇଛି ସେହି ସ୍ଥାନ ବଡ ଜିଉନା ଠାରୁ ୫ରୁ ୭ କି.ମି. ହେବ । ସଲପା ଗ୍ରାମରେ ହାଇସ୍ଲୁଲ ମଧ୍ୟ ଅଛି । ତେଣୁ ପ୍ରଶାସନ ବଡ ଜିଉନା ଠାରେ ଗୋଦାବରିଶ ବିଦ୍ୟାଳୟ ଖୋଲାଯାଉ ନଚେତ ବାୟାଗୁଡା ରାସ୍ତା ପାଖରେ ଜାଗା ରହିଛି ସେଠାରେ ମଧ୍ୟ କରାଯାଉ ବୋଲି ରାଜୁ ଜାନୀ, ସନ୍ୟାସି ଜାନି, ଭୀମ ପରଜା, ଘାସି ହରିଜନ ପ୍ରମୁଖ ଦାବି କରିଛନ୍ତି । ଦାବି ପତ୍ରର ନକଲ ଜୟପୁର ଗୋଷ୍ଠି ଶିକ୍ଷାଧିକାରି ଓ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦାବି ପତ୍ର ଗ୍ରହଣ କରି ଜୟପୁର ଉପ ଜିଲାପାଳ ନାୟକ ପୁଣି ଗ୍ରାମକୁ ଯାଇ ଆରଆଇ ଓ ଅମିନ ବଡଜିଉନା ଗ୍ରାମରେ ଗୋଦାବରୀଶ ବିଦ୍ୟାଳୟ ନିର୍ମାଣ ନେଇ ଜଗା ଚିହ୍ନଟ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି