କନ୍ଧମାଳ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଭାବେ ଇଂ.ନିହାର ରଞ୍ଜନ ବେହେରାଙ୍କ ଦାୟିତ୍ବ ଗ୍ରହଣ
Eng Niharranjan Behera joins as SE KANDHAMAL MI
ଫୋଟ


କନ୍ଧମାଳ, ୨୭ ଜୁଲାଇ (ହି.ସ.)- କନ୍ଧମାଳ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଭାବେ ଇଂ. ନିହାର ରଞ୍ଜନ ବେହେରା ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି l ଏଥି ପୂର୍ବରୁ ସେ ମାଲକାନଗିରି ଡ଼ିଭିଜନରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଦାୟିତ୍ଵରେ ରହି ବେଶ ନିଷ୍ଠା, ଆନ୍ତରିକତା, ସଚ୍ଚୋଟତା ଓ ଦକ୍ଷତାର ସହ କାର୍ଯ୍ୟ କରି ଥିଲେ l ମାଲକାନଗିରି ଜିଲ୍ଲାର କୃଷି ଓ କୃଷକର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଅନେକ ଜଳସେଚନ ପ୍ରକଳ୍ପ ମାନ ନିର୍ମାଣ କରିଥିଲେ l ସୋମବାର ଦାୟିତ୍ୱରେ ଥିବା ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁପ୍ରଭା କହଁରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି l ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ କନ୍ଧମାଳ ଜିଲ୍ଲl ବିଶେଷ କରି ଜଳସେଚନ କ୍ଷେତ୍ରର କିଛି ଅଂଚଳ ଅବହେଳିତ ଅବସ୍ଥାରେ ରହିଛି ଏଣୁ ଅଧିକରୁ ଅଧିକ ଚାଷ ଜମିକୁ ରବି ଓ ଖରିଫ ଋତୁରେ ଯେପରି ଜଳସେଚନ ସୁବିଧା ପହଞ୍ଚି ପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି l

ଦାୟିତ୍ବ ଗ୍ରହଣ କରିବା ପରେ ବିଭାଗୀୟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କ୍ଯାସିଅର, ସେକ୍ସନ ଅଫିସର, ବରିଷ୍ଠ କିରାଣୀ, କମ୍ପ୍ୟୁଟର ପ୍ରୋଗ୍ରାମର, ବଡ଼ବାବୁ ଓ ଅନ୍ୟମାନେ ପୁଷ୍ପ ଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande