ଶିଆଲଯୋରରେ ଅସୁବିଧାରେ ଅଛନ୍ତି ବୁଣାକାର, ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି, ଚାଷୀ ଓ ବୁଣାକାରଙ୍କ ଅସୁବିଧା ଦୂର କରୁ ସରକାର - ନରସିଂହ
ବଲାଙ୍ଗିର, ୨୭ ଜୁଲାଇ (ହି.ସ.)- ଶିଆଲଯୋର ଅଂଚଳର ଲୋକ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ମୁଖ୍ୟତଃ ଚାଷ, କପଡା ଓ କପଡା ବୁଣା ବ୍ୟବସାୟ ଉପରେ ନିର୍ଭର କରିଥାନ୍ତି, କିନ୍ତୁ ଏଠାରେ ଉଭୟ ସମ୍ପ୍ରଦାୟ ଘୋର ଅସୁବିଧାରେ ଅଛନ୍ତି । ଏମାନଙ୍କ ସମସ୍ୟା ପ୍ରତି ସରକାର ଗୁରୁତ୍ୱର ସହ ଧ୍ୟାନ ଦେବା ଦରକାର ବୋଲି ଦେ
ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି  ଚାଷୀ ଓ ବୁଣାକାର ଙ୍କ ଅସୁବିଧା ଦୂର କରୁ ସରକାର -ନରସିଂହ


ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି  ଚାଷୀ ଓ ବୁଣାକାର ଙ୍କ ଅସୁବିଧା ଦୂର କରୁ ସରକାର -ନରସିଂହ


ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି  ଚାଷୀ ଓ ବୁଣାକାର ଙ୍କ ଅସୁବିଧା ଦୂର କରୁ ସରକାର -ନରସିଂହ


ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି  ଚାଷୀ ଓ ବୁଣାକାର ଙ୍କ ଅସୁବିଧା ଦୂର କରୁ ସରକାର -ନରସିଂହ


ବଲାଙ୍ଗିର, ୨୭ ଜୁଲାଇ (ହି.ସ.)- ଶିଆଲଯୋର ଅଂଚଳର ଲୋକ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ମୁଖ୍ୟତଃ ଚାଷ, କପଡା ଓ କପଡା ବୁଣା ବ୍ୟବସାୟ ଉପରେ ନିର୍ଭର କରିଥାନ୍ତି, କିନ୍ତୁ ଏଠାରେ ଉଭୟ ସମ୍ପ୍ରଦାୟ ଘୋର ଅସୁବିଧାରେ ଅଛନ୍ତି । ଏମାନଙ୍କ ସମସ୍ୟା ପ୍ରତି ସରକାର ଗୁରୁତ୍ୱର ସହ ଧ୍ୟାନ ଦେବା ଦରକାର ବୋଲି ଦେଓଗାଁ ବ୍ଲକ ବ୍ରାହ୍ମଣୀ ପଂଚାୟତର ଶିଆଲଯୋର ଗ୍ରାମରେ ଲୋକଙ୍କ ସହ ଆଲୋଚନାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଶ୍ରୀ ମିଶ୍ରଙ୍କ ସହ ଆଲୋଚନା ବେଳେ ଲୋକେ ସାରର କଳାବଜାରୀକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷ କରି ଡିଏପି ସାର ଯାହାର ଉଚିତ ଦାମ ୧୩୫୦ ଟଙ୍କା, ଖୋଲାବଜାରରେ ସେହି ସାରକୁ ୨୪୫୦ ଟଙ୍କାରେ କଳାବଜାରୀ କରାଯାଉଛି । ବ୍ୟବସାୟୀମାନେ ଜାଣିଶୁଣି ସାରର ଅଭାବ ଦେଖାଇ ଆହୁରି ଚଢା ଦରରେ ବିକିବାର ଷଡଯନ୍ତ୍ର କରୁଛନ୍ତି ଓ କୃଷି ସମବାୟ ବିଭାଗରେ ଯେତେ ଅଭିଯୋଗ କଲେ ହେଁ ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉ ନାହିଁ । ଏ ଅଂଚଳର ବୁଣାକାରମାନେ ମଧ୍ୟ ସମଦଶା ଭୋଗୁଛନ୍ତି । ବୁଣାକାରଙ୍କ ପାଇଁ ମଙ୍ଗା ଓ ଘର ଋଣ ପ୍ରଦାନ କରାଯାଇଛି କିନ୍ତୁ ବୁଣାକାରମାନେ ଘର ତିଆରି କରି ସାରିଥିଲେ ହେଁ ସେମାନଙ୍କୁ ସେମାନଙ୍କ ଘର ତିଆରି ଟଙ୍କା ପ୍ରଦାନ କରାଯାଇ ନାହିଁ । ମଙ୍ଗା ଘରକୁ ବିଜୁଳି ଓ ଇନଭର୍ଟର ବୟନ ଓ ହସ୍ତତନ୍ତ ବିଭାଗ ପ୍ରଦାନ କରିବାର ବ୍ୟବସ୍ଥା ଥିଲେ ହେଁ ଅନେକ ଲୋକ ଏଥିରୁ ବଂଚିତ ଅଛନ୍ତି । ଗାଁ ରେ ବିଜୁଳି ବ୍ୟାଘାତ, ଟ୍ରାନ୍ସଫରମର ଅସୁବିଧା ଅତିଶିଘ୍ର ସମାଧାନ ପାଇଁ ବିଜୁଳି ବିଭାଗ ସହ ଶ୍ରୀ ମିଶ୍ର ଫୋନ ଯୋଗେ କଥା ହୋଇ ସମାଧାନର ପ୍ରତିଶୃତି ଦେଇଥିଲେ ।

ଆଜିର ଏହି ଆଲୋଚନା ବେଳେ ପ୍ରହଲ୍ଲାଦ ନାଗ, ସନ୍ତୋଷ ବାରିକ, ଚନ୍ଦ୍ରଶେଖର ବାରିକ, ପଂଚାନନ ବାରିକ, ଅରୁଣ ଛତ୍ରିଆ, ଦେବାଧର ବାରିକ, ଧାକୁଲୁ ବାରିକ, ଗଜାରୁ ନନ୍ଦ, ଗୋପବନ୍ଧୁ ବାରିକ, ରଘୁମଣି ବାରିକ, ଗୋବିନ୍ଦ ବାରିକ, ଭୁବନେ ପାତ୍ର, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, କାନ୍ତେଶ୍ୱର ପଧାନ, ପ୍ରମୋଦ ସାହୁ, ଅସିତ ମିଶ୍ରଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande