କୋଇଲା ବୋଝେଇ ମାଲବାହୀ ଟ୍ରେନ୍ର ବଗି ଲାଇନ୍ଚ୍ୟୁତ, ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସ୍ୱାଭାବିକ
ବଲାଙ୍ଗୀର, ୨୭ ଜୁଲାଇ(ହି.ସ.) – ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସିକିର–ଟିଟିଲାଗଡ଼ ରେଳଷ୍ଟେସନ ମଧ୍ୟରେ ସୋମବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ର ଗୋଟିଏ ବଗିର ଚକା ଲାଇନ୍ଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୧ଟା ୨୩ ମିନିଟ୍ ସମୟରେ ଇଞ୍ଜିନ ଠାରୁ ୧୪ତମ ଲୋଡେଡ୍ ବଗିର
କୋଇଲା ବୋଝେଇ ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ, ଯାତ୍ରୀବାହୀ ଟ୍ରେନ ଚଳାଚଳ ସ୍ୱାଭାବିକ


ବଲାଙ୍ଗୀର, ୨୭ ଜୁଲାଇ(ହି.ସ.) – ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସିକିର–ଟିଟିଲାଗଡ଼ ରେଳଷ୍ଟେସନ ମଧ୍ୟରେ ସୋମବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ର ଗୋଟିଏ ବଗିର ଚକା ଲାଇନ୍ଚ୍ୟୁତ ହୋଇଛି।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୧ଟା ୨୩ ମିନିଟ୍ ସମୟରେ ଇଞ୍ଜିନ ଠାରୁ ୧୪ତମ ଲୋଡେଡ୍ ବଗିର ପଛ ଟ୍ରଲି ଚକା ଲାଇନଚ୍ୟୁତ ହୋଇଥିଲା। ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ଖବର ନାହିଁ।

ଘଟଣା ପରେ ରେଳବାଇର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ। କଂଟାବାଞ୍ଜିରୁ ଦୁର୍ଘଟଣା ଉଦ୍ଧାରକାରୀ ଟ୍ରେନ୍(ଏକ୍ସିଡେଂଟ ରିଲିଫ ଟ୍ରେନ୍) ପଠାଯାଇଥିବାବେଳେ ଯୁଦ୍ଧକାଳୀନ ଭିତିରେ ଲାଇନ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି।

ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣା ଯୋଗୁଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଶୀଘ୍ର ସ୍ୱାଭାବିକ ରେଳ ଚଳାଚଳ ପୁନଃ ସ୍ଥାପନ ପାଇଁ ସମସ୍ତ ପ୍ରୟାସ ଜାରି ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande