
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ସିଆରପିଏଫ୍ ସ୍ଥାପନା ଦିବସରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ସିଆରପିଏଫ୍ ସ୍ଥାପନା ଦିବସ ଅବସରରେ ସମସ୍ତ କର୍ମଚାରୀ, ପୂର୍ବତନ ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ଦେଶର ସୁରକ୍ଷା ଓ ଅଖଣ୍ଡତା ରକ୍ଷାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ସାହସ, ଶୃଙ୍ଖଳା ଏବଂ ନିଃସ୍ୱାର୍ଥ ସେବାର ସର୍ବୋଚ୍ଚ ପରମ୍ପରାକୁ ସଦା ବଜାୟ ରଖିଆସିଛି। ସେମାନଙ୍କର ଅଟଳ ସମର୍ପଣ, ତ୍ୟାଗ ଏବଂ କର୍ତ୍ତବ୍ୟନିଷ୍ଠା ସମଗ୍ର ଦେଶ ପାଇଁ ନିରନ୍ତର ପ୍ରେରଣାର ଉତ୍ସ। ଏହି ମହାନ ଦାୟିତ୍ୱ ପୂରଣରେ ସିଆରପିଏଫ୍ର ନିରନ୍ତର ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସିଆରପିଏଫ୍ ସ୍ଥାପନା ଦିବସ ଅବସରରେ ସମସ୍ତ ସାହସୀ କର୍ମଚାରୀ, ପୂର୍ବତନ ଜବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ଭାରତର ଆଭ୍ୟନ୍ତରୀଣ ସୁରକ୍ଷାର ଏକ ଦୃଢ଼ ସ୍ତମ୍ଭ ଭାବେ ସାହସ, ସମର୍ପଣ ଓ ତ୍ୟାଗର ଭାବନା ସହ ଦେଶସେବା କରିଆସୁଛି। ଦେଶର ଏକତା ଓ ଅଖଣ୍ଡତାର ସୁରକ୍ଷା ସହ ନାଗରିକମାନଙ୍କ ସୁରକ୍ଷା ପ୍ରତି ସେମାନଙ୍କର ଅତୁଟ ପ୍ରତିବଦ୍ଧତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ପ୍ରେରଣାର ବିଷୟ।
ଏହି ପବିତ୍ର ଅବସରରେ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଆମେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ସେହିପରି, ଦେଶର ସେବାରେ ନିଃସ୍ୱାର୍ଥ ଭାବେ ନିୟୋଜିତ ପ୍ରତ୍ୟେକ ସିଆରପିଏଫ୍ କର୍ମଚାରୀଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା