ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଦେଶର ପୂର୍ବତନ ରାଷ୍ଟ୍ରପତି, ପ୍ରଖ୍ୟାତ ବୈଜ୍ଞା
ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି     ଜ୍ଞାପନ କଲେ ରାଜ୍ୟପାଳ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ ପୁଣ୍ୟତିଥିରେ ତାଙ୍କୁ

ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଦେଶର ପୂର୍ବତନ ରାଷ୍ଟ୍ରପତି, ପ୍ରଖ୍ୟାତ

ବୈଜ୍ଞାନିକ, ଭାରତ ରତ୍ନ ତଥା

‘ମିସାଇଲ୍ ମ୍ୟାନ୍’ ଡ. ଏ.ପି.ଜେ. ଅବଦୁଲ କାଲାମଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର

ଶ୍ରଦ୍ଧାଞ୍ଜଳି।

ରାଜ୍ୟପାଳ କହିଛନ୍ତି ଯେ, ରାଷ୍ଟ୍ରସେବା, ବିଜ୍ଞାନ, ନବସୃଜନ ଏବଂ

ଆତ୍ମନିର୍ଭର ଭାରତ ଗଠନ ପ୍ରତି ତାଙ୍କର ଦୂରଦର୍ଶୀ ନେତୃତ୍ୱ ସଦାସର୍ବଦା ଆମ ସମସ୍ତଙ୍କ ପାଇଁ

ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ସରଳ ଜୀବନଯାପନ, କର୍ମନିଷ୍ଠା ଏବଂ ଯୁବପିଢ଼ିଙ୍କ ସାମର୍ଥ୍ୟ ପ୍ରତି ଅତୁଟ ବିଶ୍ୱାସ

ଆଗାମୀ ପିଢ଼ିକୁ ରାଷ୍ଟ୍ର ଗଠନର ପଥରେ ନିରନ୍ତର ପ୍ରେରଣା ଯୋଗାଇ ଚାଲିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande