କେନ୍ଦୁଝରରେ ଗୌ ସମ୍ମାନ ଆହ୍ୱାନ ଅଭିଯାନର ଦ୍ୱିତୀୟ ଚରଣ ସମାପନ
କେନ୍ଦୁଝର, ୨୭ ଜୁଲାଇ(ହି.ସ.) – ଗୋମାତାଙ୍କ ସେବା, ସୁରକ୍ଷା ଏବଂ ସମ୍ମାନକୁ ସୁନିଶ୍ଚିତ କରିବା ଦାବିରେ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରେ ‘ଗୋ ସମ୍ମାନ ଆହ୍ୱାନ ଅଭିଯାନ’ର ଦ୍ୱିତୀୟ ଚରଣ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଆଜି କେନ୍ଦୁଝର ଜିଲ୍ଲାରେ ବିଜୟ ମନ୍ତ୍ର
Go samman


କେନ୍ଦୁଝର, ୨୭ ଜୁଲାଇ(ହି.ସ.) – ଗୋମାତାଙ୍କ ସେବା, ସୁରକ୍ଷା ଏବଂ ସମ୍ମାନକୁ ସୁନିଶ୍ଚିତ କରିବା ଦାବିରେ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରେ ‘ଗୋ ସମ୍ମାନ ଆହ୍ୱାନ ଅଭିଯାନ’ର ଦ୍ୱିତୀୟ ଚରଣ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଆଜି କେନ୍ଦୁଝର ଜିଲ୍ଲାରେ ବିଜୟ ମନ୍ତ୍ର ଜପ, ଜଗନ୍ନାଥପୁର ଶିବ ମନ୍ଦିର ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଏବଂ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଓ ଜିଲ୍ଳାର ନାଗରିକଙ୍କ ଠାରୁ ୩୫୮୦୦୦ରୁ ଉର୍ଦ୍ଧ୍ୱ ଦସ୍ତଖତ ଡିଜିଟାଲ ଫର୍ମରେ ପ୍ରଦାନ କରାଯାଇଥିଲା। ଗୋ ସମ୍ମାନ ଆହ୍ୱାନ ଅଭିଯାନର କେନ୍ଦୁଝର ଜିଲ୍ଲା ପ୍ରମୁଖ ଶ୍ରୀମତୀ ମୋନାଲିସା ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ଦାଶ କହିଥିଲେ କି ସରକାର ଗୋମାତାଙ୍କୁ ରାଷ୍ଟ୍ର ମାତାର ସମ୍ମାନ ଦିଆଯାଉ ଏବଂ ଗୋ ହତ୍ୟା ନିଷେଧ ଆଇନ ସମଗ୍ର ଭାରତରେ ଲାଗୁ କରାଯାଉ। ପୁନର୍ବାର ଆମର ଦାବିପତ୍ର ଅକ୍ଟୋବର ୨୭ରେ ରାଜ୍ୟର ରାଜଧାନୀରେ ଓଡ଼ିଶାର ସମସ୍ତ ଜିଲ୍ଲାର ଗୋପ୍ରେମୀ ଭାଈ ଓ ଭଉଣୀମାନେ ଯୋଗଦେବେ।

ଗୋ ସମ୍ପଦ କ୍ଷୟହେଲେ ମନୁଷ୍ୟର ଜୀବନ ଦୁର୍ବିସହ ହୋଇପଡ଼ିବ। ଏହି ବିଶାଳ ରାଲିରେ ଜିଲ୍ଲାର ସମସ୍ତ ତହସିଲରୁ ଶତାଧିକ ଗୋଭକ୍ତ ଓ ସନାତନୀ ଭାଈ ଓ ଭଉଣୀମାନେ ଅଦମ୍ୟ ଉତ୍ସାହର ସହିତ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande