
ବଲାଙ୍ଗିର, ୨୭ ଜୁଲାଇ (ହି.ସ.)- ଟିଟିଲାଗଡ଼-ସିକେର ମୁଖ୍ୟ ରେଳ ଲାଇନ ରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍ ଟି ବଲାଙ୍ଗିରରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିଲା । ତେବେ ଟିଟିଲାଗଡ଼ ଷ୍ଟେସନ୍ ରେ ପହଂଚିବାର ଅଢ଼େଇ କି.ମି. ପୂର୍ବରୁ ଖଜୁରିପଡା ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍ ର ୧୪ ନମ୍ବର ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଦୀର୍ଘ ସମୟ ଧରି ଟିଟିଲାଗଡ଼-ବଲାଙ୍ଗିର ରୁଟ୍ ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖବର ପାଇ ରେଳ ବିଭାଗର ରେସକ୍ୟୁ ଟିମ୍ ଓ ମେକାନିକାଲ ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ