କୃମି ରୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୨୭ ଜୁଲାଇ (ହି.ସ.)- ଵ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ କୃମି ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ପିଲାମାନେ ବାହାରେ ଝାଡ଼ା ଫେରିଲେ, ତଳୁ ଗୋଟାଇ ଖା
Qertyyuu


ଗଞ୍ଜାମ, ୨୭ ଜୁଲାଇ (ହି.ସ.)- ଵ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ କୃମି ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ପିଲାମାନେ ବାହାରେ ଝାଡ଼ା ଫେରିଲେ, ତଳୁ ଗୋଟାଇ ଖାଇଲେ, ନଖ, ହାତ ସଫା ନକରି ଖାଇଲେ, ଅଧିକ ମିଠା, ଆମିଷ ଖାଇଲେ କୃମି ରୋଗ ହୁଏ l ଏହି ସବୁ କାରଣକୁ ଛାଡି ହଳଦୀ, ନଡ଼ିଆ କତା ବତୁରା ପାଣି, ନିମ୍ବ, ଜୁଆଣି ଓ ସପୁରୀପତ୍ର ରସ ଯେ କୌଣସି ଗୋଟିଏ ଦ୍ରବ୍ୟ କିଛିଦିନ ଖାଇଲେ ଭଲ ହୋଇଯାଏ l କୃମି ଯୋଗୁ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଉଦରଶୂଳ ରକ୍ତହୀନତା, ଶ୍ଵେତପ୍ରଦର, ହୃଦ୍ ରୋଗ ମଧ୍ୟ ହୋଇପାରେ l ସମସ୍ତେ ପ୍ରତି ସପ୍ତାହରେ ଥରେ- ଦୁଇଥର ନିମ୍ବ କିମ୍ବା ହଳଦୀ ଖାଇବାକୁ ପରାମର୍ଶ ଦେଇଥିଲେ l

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande