



ସମ୍ବଲପୁର,୨୭, ଜୁଲାଇ (ହି.ସ.) - ହିନ୍ଦୁ ଯୁବ ମୋର୍ଚ୍ଛା ତରଫରୁ ଗୋମାତାଙ୍କୁ ରାଷ୍ଟ୍ରମାତା ଘୋଷଣା ଦାବିରେ ଗୋସମ୍ମାନ ଆହ୍ୱାନ ଅଭିଯାନ ଉପଲକ୍ଷେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଅଧ୍ୟକ୍ଷ ମଂଟୁ ସାହୁଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ସହରର ୩୫୦ ଜଣ ଗୋସେବକ ଓ ସାଧୁସନ୍ଥ ଜେଲ୍ଛକରୁ କଲେକ୍ଟର ଅଫିସ୍ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଅଲେଖ ମହିମା ମଠାଧୀଶ କୁଚିଣ୍ଡା ଓ ସମ୍ବଲପୁର ମଠର ସାଧୁସନ୍ଥ, ମଧ୍ୟ ଯୋଗ ଦେଇଥିଲେ। କଲେକ୍ଟର ଅଫିସରେ ୩ ଲକ୍ଷ ୮୦ ହଜାର ଲୋକଙ୍କ ସ୍ୱାକ୍ଷର ସହିତ କଲେକ୍ଟର ସାଙ୍ର୍କୁ ଦାବିପତ୍ର ପ୍ରଦାନ କରିଥିଲେ। ହିନ୍ଦୁ ଯୁବ ମୋର୍ଚ୍ଚା ଜିଲ୍ଲା ସଦସ୍ୟ ସୌରଭ ପୁରୋହିତ, ରୂପକ ପ୍ରଧାନ, ସାଇରାମକୃଷ୍ଣ ନନ୍ଦ, ଜିତେଶ ବଢ଼େଇ, ସୁମନ୍ତ ଆଚାର?୍ୟ୍ୟ ଓ କୁଚିଣ୍ଡା ପ୍ରମୁଖ ସୌରଭ କର , ଭିକୁ ନାଏକ ଓ ମଂଟୁ ରାୟ ପ୍ରମୁଖ ପଦଯାତ୍ରାର ନେତୃତ୍ୱ ନେଇ ଗୋ-ସୁରକ୍ଷା ପାଇଁ ବିଭିନ୍ନ ମହଲରେ ଆହ୍ୱାନ ଦିଆ ଯାଉଥିଲେ ମଧ୍ୟ କାର୍ଯ୍ୟକାରୀ ଦିଗରେ ପ୍ରଶାସନିକ ସ୍ତରରେ ସେପରି ଆଖିଦୃଶିଆ ପଦକ୍ଷେପ ହେଉନଥିବାରୁ ଆଗାମୀ ଦିନରେ ଗୋ-ସୁରକ୍ଷା ପାଇଁ ସରକାର ବିଧିବଦ୍ଧ ପଦକ୍ଷେପ ନେବା ପାଇଁ ଯୁବ ନେତୃବର୍ଗ ଦୃଷ୍ଟି ଆକର୍ଷଣ କରାଇଥିଲେ । ଗୋ-ସୁରକ୍ଷା ଦିଗରେ ଜନଜାଗରଣର ଯଥେଷ୍ଟ ଆବଶ୍ୟକତା ଥିବାରୁ ଏ ଦିଗରେ ଜିଲ୍ଲାବ୍ୟାପି ଜନସଚେତନତା କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ