
ନୂଆପଡ଼ା, ୨୭ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ତୁକୁଲାପଡ଼ା ଗାଁରେ ଆଜି ଏକ ଅଘଟଣ ଘଟିଯାଇଛି। ତୁକୁଲାପଡ଼ା ଗ୍ରାମରେ ଏକ ଜମିରେ ଧାନ ରୋଉଥିବା ବେଳେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହୋଇ ବଜ୍ରାଘାତ ଘଟିଥିଲା। ଯାହାଫଳରେ ଘଟଣାସ୍ଥଳରେ ଚାଷୀ ବରୁଣ ବାଗଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ କୋମନା ପୋଲିସ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମୃତ ଚାଷୀ ପରିବାର ଓ ଗ୍ରାମବାସୀ କ୍ଷତିଗ୍ରସ୍ତ ବରୁଣଙ୍କର ପରିବାରଙ୍କୁ ଆଵଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଆଗରେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ