ନିର୍ମାଣ ହୋଇନଥିବା ନଦୀ ବନ୍ଧ ଦେଇ ପଶିଲା ପାଣି, ସାଳନ୍ଦୀ ନଦୀ ପାଣିରେ ଚାଷଜମି ପ୍ରଭାବିତ,ଅଧିକ୍ଷଣଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ୟାକିଙ୍ଗ ହେଲା ବାଲିବସ୍ତା
ଭଦ୍ରକ, ୨୭ ଜୁଲାଇ (ହି.ସ.) - ଗତ କିଛିଦ୍ଦିନଧରି ଲଗାଣ ବର୍ଷା ଲାଗି ରହିଛି।ଯେଉଁଥିପାଇଁ ପ୍ରତିଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି।ଫଳରେ ନଦୀ ମାନକରେ ଜଳସ୍ତର ବୃଦ୍ଧିପାଉଛି। ଏହି ଲଘୁଚାପ ଜନିତ ବର୍ଷରେ ସାଳନ୍ଦୀ ନଦୀ ମଧ୍ୟ ଜଳସ୍ତର ବଢିଛି। ବର୍ଷାଦିନ ପୂର୍ବରୁ ନଦୀର ଜଳ ବୃଦ୍ଧି ହୋଇ କ୍ଷୟକ୍ଷତ
NADIBANDHA DEI PASILA PANI


ଭଦ୍ରକ, ୨୭ ଜୁଲାଇ (ହି.ସ.) - ଗତ କିଛିଦ୍ଦିନଧରି ଲଗାଣ ବର୍ଷା ଲାଗି ରହିଛି।ଯେଉଁଥିପାଇଁ ପ୍ରତିଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି।ଫଳରେ ନଦୀ ମାନକରେ ଜଳସ୍ତର ବୃଦ୍ଧିପାଉଛି। ଏହି ଲଘୁଚାପ ଜନିତ ବର୍ଷରେ ସାଳନ୍ଦୀ ନଦୀ ମଧ୍ୟ ଜଳସ୍ତର ବଢିଛି। ବର୍ଷାଦିନ ପୂର୍ବରୁ ନଦୀର ଜଳ ବୃଦ୍ଧି ହୋଇ କ୍ଷୟକ୍ଷତି ନହେବାପାଇଁ ବର୍ଷାଦିନ ପୂର୍ବରୁ ଭଦ୍ରକ ସାଳନ୍ଦୀ ଡିଭିଜନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇ ନଦୀ ବନ୍ଧ ନିର୍ମାଣ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ସାଳନ୍ଦୀ ଡିଭିଜନ ମିରି ପୁରରୁ ବିଲନା ପର୍ଯ୍ୟନ୍ତ ସାଳନ୍ଦୀ ନଦୀର ଉଭୟ ପାର୍ଶ୍ୱ ବନ୍ଧ ନିର୍ମାଣ କରିଥିଲା।ମାତ୍ର ବିଲନା ପଞ୍ଚାୟତ ଅଧିନ ଲଞ୍ଜାତାରା ଗ୍ରାମ ନିକଟ ବିଲନା ଜେନାସାହି ଠାରେ ଜଣେ ବ୍ୟକ୍ତି ନିଜସ୍ୱ ଜାଗା ନ ଛାଡିବାରୁ ସେଠାରେ ନଦୀ ବନ୍ଧ ନିର୍ମାଣ ହୋଇପାରିନଥିଲା। ଏପରିକି ସେହି ବ୍ୟକ୍ତି ଜଣକ ବନ୍ଧ ନିର୍ମାଣ କରିବାକୁ ଯାଇଥିବା ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ଫେରାଇ ଦେଇଥିଲେ। ଯାହାଫଳରେ ବର୍ଷା ଯୋଗୁଁ ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧିପାଇ ସେହି ନିର୍ମାଣ ହୋଇନଥିବା ବନ୍ଧ ଦେଇ ପାଣି ପ୍ରବେଶକରିଥିଲା। ଫଳରେ ବିଲନା, ବିଲନାଜେନାସାହି,ଗଳଗଣ୍ଡପୁର,ଲଞ୍ଜାତାରା , ବରୋ, ବରୋଡିହ,ଦହପାଣିଆ ଇତ୍ୟାଦି ଗ୍ରାମର ବହୁ ଚାଷ ଜମି ବୁଡି ଯାଇ ତଳି ଓ ରୁଆ କ୍ଷତି ହେବାର ସମ୍ଭାବନା ରହିଛି। ତେବେ ସାଳନ୍ଦୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ଖବର ପାଇ ତୁରନ୍ତ ପାଣି ରୋଇବା ଦିଗରେ ପଦକ୍ଷେପ ନେବାକୁ କନିଷ୍ଠ ଯନ୍ତ୍ରୀ ପଦ୍ମପ୍ରିୟ ସାମଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ଶ୍ରୀ ସାମଲ ନଦୀ ବନ୍ଧ ନିକଟରେ ପହଞ୍ଚି ନଦୀ ବନ୍ଧରେ ବାଲି ବସ୍ତା ପ୍ୟାକିଙ୍ଗ ଦେଇ ପାଣି ରୋକିବାକୁ ଯଥା ସମ୍ଭବ ଚେଷ୍ଟା ଚଳେଇ ଥିବା ଜଣାଯାଇଛି।ଯଥାଶୀଘ୍ର ନଦୀବନ୍ଧ ନିର୍ମାଣ କରି ସ୍ଥାୟୀ ପ୍ରତିକାର କାଟିବାକୁ ଚାଷୀ ଓ ଜନସାଧାରଣ ଦାବି କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande