
ଭୁବନେଶ୍ୱର, 27 ଜୁଲାଇ (ହି.ସ.) ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ସୋମବାର ଭାରତୀୟ ଭାରୋତ୍ତୋଳକ ମୀରାବାଇ ଚାନୁଙ୍କୁ ଗ୍ଲାସଗୋରେ ଆୟୋଜିତ ୨୦୨୬ ରାଷ୍ଟ୍ରମଣ୍ଡଳ କ୍ରୀଡାରେ ମହିଳା ୪୮ କିଲୋଗ୍ରାମ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ତାଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆରେ ତାଙ୍କ ବାର୍ତ୍ତାରେ ପଟ୍ଟନାୟକ ଚାନୁଙ୍କ ଏହି ସଫଳତାକୁ ଐତିହାସିକ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ରାଷ୍ଟ୍ରମଣ୍ଡଳ କ୍ରୀଡାରେ ତାଙ୍କର ତୃତୀୟ ସ୍ୱର୍ଣ୍ଣ ପଦକ ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ସେ ତାଙ୍କର ସମର୍ପଣ ଓ କଠିନ ପରିଶ୍ରମକୁ ପ୍ରଶଂସା କରଛନ୍ତି । ପଟ୍ଟନାୟକ ଓଲିମ୍ପିକ୍ ପଦକ ବିଜେତା ଚାନୁଙ୍କୁ ଶୁଭେଚ୍ଛା ଜଣାଇ ଆଶା ପ୍ରକାଶ କରିଥିଲେ ଯେ ସେ ଭବିଷ୍ୟତରେ ମଧ୍ୟ ଏଭଳି ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖି ଦେଶ ପାଇଁ ଅଧିକ ସମ୍ମାନ ଆଣିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ