

ସମ୍ବଲପୁର, ୨୭ ଜୁଲାଇ (ହି.ସ.)- ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କର ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି |
ଏହି ଶିବିରରେ ମୋଟ ୧୩୨ଟି ଅଭିଯୋଗ ଆବେଦନ ଗ୍ରହଣ କରାଯାଇଥିଲା । ଯେଉଁଥିରେ ୧୧୪ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ୧୮ଟି ସମସ୍ୟା ଗୋଷ୍ଠୀ ସମସ୍ୟା ସହିତ ଜଡିତ ଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ