
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ବିଧାୟକ ସାରଦା ପ୍ରସାଦ ପ୍ରଧାନଙ୍କୁଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମାହାଙ୍ଗା ବିଧାନସଭା
କ୍ଷେତ୍ରର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ପ୍ରଧାନଙ୍କୁ ଜନ୍ମଦିନର ଆନ୍ତରିକ ଶୁଭେଚ୍ଛା ଓ
ଅଭିନନ୍ଦନ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଦୀର୍ଘାୟୁ, ସୁସ୍ଥ ନିରାମୟ
ଜୀବନ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ଆପଣଙ୍କ ନେତୃତ୍ବରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ଆହୁରି
ଅଧିକ ଉନ୍ନତି ଓ ଅଗ୍ରଗତିର ପଥରେ ଆଗେଇ ଚାଲୁ, ଏହାହିଁ କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା