
ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.)- ରାଜ୍ୟରେ ଚାଲୁଥିବା ଏସଆଇଆର ପ୍ରକ୍ରିୟା ନେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସୋମବାର ଦିନ ଦଳର ବରିଷ୍ଠ ନେତୃତ୍ୱବୃନ୍ଦଙ୍କୁ ଭେଟି ଆଲୋଚନା କରିଛନ୍ତି। ବୈଠକରେ ନବୀନ ତୃଣମୂଳସ୍ତରରେ ଦଳର ସାଙ୍ଗଠନିକ ସ୍ଥିତି ନେଇ ସଭାପତି ସମୀକ୍ଷା କରିବା ସହ ପଂଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ପରାମର୍ଶ ଦେଇଛନ୍ତି।
ଏହି ଆଲୋଚନା ବୈଠକରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅରୁଣ ସାହୁ , ପ୍ରସନ୍ନ ଆଚାର୍ଯ୍ୟ , ଅତନୁ ସବ୍ୟସାଚୀ ନାୟକ , ସଂଜୟ ଦାସ ବର୍ମା ଓ ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏସମ୍ପର୍କରେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନବୀନ ପଟ୍ଟନାୟକ ଲେଖିଛନ୍ତି ଓଡ଼ିଶାରେ ଜାରି ରହିଥିବା ଏସଆଇଆର ପ୍ରକ୍ରିୟା ଏବଂ ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କଲି। ପ୍ରକୃତ ମତଦାତା ଯେପରି ଭୋଟର୍ ତାଲିକାରୁ ବାଦ ନ ପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବା ସହ ଆଗାମୀ ପଂଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ପରାମର୍ଶ ଦେଲି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା