ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ୫୩ ବର୍ଷ ବୟସରେ ପରଲୋକ
ଭୁବନେଶ୍ୱର, 27 ଜୁଲାଇ (ହି.ସ): ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ସୋମବାର ସକାଳେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋ
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ୫୩ ବର୍ଷ ବୟସରେ ପରଲୋକ


ଭୁବନେଶ୍ୱର, 27 ଜୁଲାଇ (ହି.ସ): ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ

ନେତା ଏବଂ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ସୋମବାର ସକାଳେ ଭୁବନେଶ୍ୱରସ୍ଥିତ

ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ

ବୟସ ହୋଇଥିଲା।

ପରିବାର ସୂତ୍ରରୁ ପ୍ରକାଶ ଯେ, ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଏକ ଗୁରୁତର ରୋଗରେ

ପୀଡ଼ିତ ଥିଲେ। ସୋମବାର ସକାଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ

ହୋଇପଡ଼ିଥିଲା। ଚିକିତ୍ସକମାନେ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ

ପାରିନଥିଲେ।

ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂହ ୨୦୦୯, ୨୦୧୪ ଓ ୨୦୧୯ ମସିହାରେ କ୍ରମାଗତ ତିନିଥର ବିଜେଡି ଟିକେଟରେ ଭଟଲି

ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନିଜ ରାଜନୈତିକ ଜୀବନରେ ସେ ଓଡ଼ିଶା

ସରକାରରେ ଶ୍ରମ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ତୁଲାଇଥିଲେ।

ଭଟଲି ଅଞ୍ଚଳର ତିନିଥର ବିଧାୟକ ରହିଥିବା ସୁଶାନ୍ତ ସିଂହ ଜନସେବା

ପ୍ରତି ତାଙ୍କର ନିଷ୍ଠା ଏବଂ ଅଞ୍ଚଳର ବିକାଶ ପାଇଁ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ

ସର୍ବମହଳରେ ସମ୍ମାନିତ ଥିଲେ। ସାଧାରଣ ଲୋକଙ୍କ ଜୀବନଧାରଣର ମାନ ଉନ୍ନତ କରିବା ପାଇଁ ସେ ଅନେକ

ଜନକଲ୍ୟାଣମୂଳକ ପଦକ୍ଷେପ ନେଇଥିଲେ।

ତାଙ୍କ ପରଲୋକରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି। ବିଜୁ

ଜନତା ଦଳ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ

ଆତ୍ମାର ସଦ୍ଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ନିଜର ସମବେଦନା

ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande