ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗରେ ବାଚସ୍ପତି ସୁରମା ପାଢ଼ୀ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବୀ ରାଜନେତା ଶ୍ରୀ ସୁଶାନ୍ତ ସିଂହ ବରଗ
ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗରେ ବାଚସ୍ପତିଙ୍କ     ଶୋକ ପ୍ରକାଶ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗରେ

ବାଚସ୍ପତି ସୁରମା ପାଢ଼ୀ ଗଭୀର ଶୋକପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ

ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବୀ ରାଜନେତା ଶ୍ରୀ ସୁଶାନ୍ତ ସିଂହ ବରଗଡ଼ ଜିଲ୍ଲାର ଭଟଲିରୁ

ତିନିଥର ବିଧାୟକ ଭାବେ ନିର୍ବାଚିତ ହେବା ତାଙ୍କ ଲୋକପ୍ରିୟତାର ପରିଚୟ ଦିଏ । ଓଡ଼ିଶା ସରକାରରେ

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଭାବେ ନିଷ୍ଠା ଓ ପ୍ରତିବଦ୍ଧତାର ସହ ଦାୟିତ୍ଵ ନିର୍ବାହ

କରି ସେ ରାଜ୍ୟର ଶ୍ରମିକମାନଙ୍କ ବିକାଶ ନିମନ୍ତେ ଉଲ୍ଲେଖନୀୟ ଯୋଗଦାନ ଦେଇଯାଇଛନ୍ତି । ତାଙ୍କ

ବିୟୋଗ ରାଜ୍ୟବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ଶ୍ରୀ ସିଂହଙ୍କ ଅମର ଆତ୍ମାର ସଦଗତି

କାମନା କରିବା ସହ ଶୋକସନ୍ତପ୍ତ ଆତ୍ମୀୟସ୍ୱଜନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande