ଭଟଲିରେ ନିଜ ଜନ୍ମମାଟିରେ ହେବ ଶେଷ କୃତ୍ୟ
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିୟୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁଶାନ୍ତ ସିଂଙ୍କ ସାନ ଭାଇ ସୁବ୍ରତ ସିଂ । ସେ କହିଛନ୍ତି ଯେ, ତାଙ୍କର ଦୀର୍ଘଦିନ ହେବ ଦେହ ଅସୁସ୍ଥ ଥିଲା, ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସା
ଭଟଲିରେ ନିଜ ଜନ୍ମମାଟିରେ ହେବ ଶେଷ କୃତ୍ୟ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିୟୋଗ ନେଇ

ପ୍ରତିକ୍ରିୟା ରଖିଛନ୍ତି ସୁଶାନ୍ତ ସିଂଙ୍କ ସାନ ଭାଇ ସୁବ୍ରତ ସିଂ । ସେ କହିଛନ୍ତି ଯେ, ତାଙ୍କର

ଦୀର୍ଘଦିନ ହେବ ଦେହ ଅସୁସ୍ଥ ଥିଲା, ଭୁବନେଶ୍ବରର ଏକ

ଘରୋଇ ହସ୍ପିଟାଲ୍ ରେ ଚିକିତ୍ସା ହେଉଥିଲେ। ଗତକାଲି

ରାତି ୧୧ . ୧୫ ସମୟରେ ଦେହ ଅଧିକ ଖରାପ ହୋଇଯାଇଥିଲା । ରାତି ୧୨.୨୦ ରେ ହସ୍ପିଟାଲ

ଆସିଥିଲେ । ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ମୋଟର

ନ୍ୟୁରନ ଡିଜିଜରୋଗରେ ସେ ପୀଡିତ

ଥିଲେ । ଭୁବନେଶ୍ୱର ରାଜ୍ୟ ବାହାରେ ଚିକିତ୍ସା କରୁଥିଲେ । ୫୩ ବର୍ଷ ବୟସରେ ଆଖି ବୁଜିଲେ

ସୁଶାନ୍ତ ସିଂ । ବରଗଡ଼ ଭଟଲିରେ ନିଜ ଜନ୍ମମାଟିରେ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ସାନ ଭାଇ

ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande