


ବଲାଙ୍ଗିର, ୨୭ ଜୁଲାଇ (ହି.ସ.)- ବଲାଙ୍ଗିର ଜ଼ିଲ୍ଲା ସନ୍ତରଣ ସଂଘ ପକ୍ଷରୁ ୧୯ ଜଣ ପ୍ରତିଯୋଗୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସନ୍ତରଣଗାରରେ ଅନୁଷ୍ଠିତ ୬୬ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଯୋଗଦେଇଥିଲେ l ପ୍ରତିଯୋଗିତାରେ ବଲାଙ୍ଗିର ଦୟାସାଗର କଠାର ତିନୋଟି ସ୍ବର୍ଣ୍ଣ, ଦୁଇଟି ରୋପ୍ୟ ପଦକ ହାସଲ, ସୌରଭ ପୁଟେଲ ଚାରୋଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୋପ୍ୟ ପଦକ ହାସଲ, ସ୍ୱାଗତ ସେଠ ଗୋଟିଏ ସ୍ବର୍ଣ୍ଣ ଏବଂ ଦୁଇଟି ରୋପ୍ୟ ପଦକ ହାସଲ, ସୋମନାଥ ପୁଟେଲ, ଗୋଟିଏ ରୋପ୍ୟ ଏବଂ ଗୋଟିଏ କଂଶ୍ୟ ପଦକ ହାସଲ, ଆୟୁଷ ରଞ୍ଜନ ଭୁକ୍ତା ତିନୋଟି କଂଶ୍ୟ ପଦକ ହାସଲ, ପ୍ରେମ ପ୍ରକେଶ ପ୍ରଧାନ ଦୁଇଟି ରୋପ୍ୟ ଏବଂଗୋଟିଏ କଂଶ୍ୟ ପଦକ ହାସଲ, ପ୍ରିୟାଂଶୁ ପ୍ରିତମ ପୁରୋହିତ ଗୋଟିଏ ରୋପ୍ୟ ପଦକ ହାସଲ ଗ୍ରୁପ -୧ ରିଲେ ରେସ ରେ ତିନୋଟି ରୌପ ପଦକ ହାସଲ ଗ୍ରୁପ ୨ରିଲେ ରେସ ରେ ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରିଥିବା ଖେଳାଳି ମାନଙ୍କୁ ଆଜି ବଲାଙ୍ଗୀର ଜ଼ିଲ୍ଲା ପ୍ରଶାସନ ତରଫରୁ ବଲାଙ୍ଗୀର ଅତିରିକ୍ତ ଜ଼ିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠି ଫୁଲ ତୋଡ଼ା ଦେଇ ଉତ୍ସାହିତ କରିଥିଲେ।
ଜ଼ିଲ୍ଲା ସନ୍ତରଣ ସଂଘ ସମ୍ପାଦକ ତଥା ରାଜ୍ୟ ସନ୍ତରଣ ସଂଘ ଉପ ସଭାପତି ସୁମିତ ରଞ୍ଜନ ପୁରୋହିତ, କୋଚ ନରେଶ ପ୍ରଧାନ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ