ସାଳନ୍ଦୀରେ ବନ୍ୟାଜଳ, ତିହିଡି ବ୍ଲକ ଲଞ୍ଜାତରାରେ ୬୦ ଫୁଟର ଘାଇ
ଭଦ୍ରକ, ୨୭ ଜୁଲାଇ (ହି.ସ.) - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ ନଦୀରେ ବନ୍ୟା ଜଳ ଆସିଛି।ବିଶେଷ କରି ହଦ ଗଡ଼ ଡେମ ରୁ ୧୫ ଶହ କିୟୁସେକ ଜଳ ପ୍ରତି ସେକେଣ୍ଡ ଛଡା ଯିବା ପରେ ତଳିଆ ଅଂଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ସାଳନ୍ଦୀ ନଦୀର ତିହିଡି ବ୍ଲକ ଅଧିନସ୍ଥ ଲଞ୍ଜା ତରା ଠାରେ ୬୦ ଫୁଟ
TIHIDI BLOCK LANJATARA


ଭଦ୍ରକ, ୨୭ ଜୁଲାଇ (ହି.ସ.) - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ ନଦୀରେ ବନ୍ୟା ଜଳ ଆସିଛି।ବିଶେଷ କରି ହଦ ଗଡ଼ ଡେମ ରୁ ୧୫ ଶହ କିୟୁସେକ ଜଳ ପ୍ରତି ସେକେଣ୍ଡ ଛଡା ଯିବା ପରେ ତଳିଆ ଅଂଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ସାଳନ୍ଦୀ ନଦୀର ତିହିଡି ବ୍ଲକ ଅଧିନସ୍ଥ ଲଞ୍ଜା ତରା ଠାରେ ୬୦ ଫୁଟ ର ଘାଇ ହୋଇଛି।ଫଳରେ ସେଠାରୁ ବନ୍ୟା ଜଳ ଯାଇ ବିଲଣା,ବାରୋ, କୁବେରା ଆଦି ପଂଚାୟତ ୧୨ ଗୋଟି ଗାଁ ର ଶହ ଶହ ହେକ୍ଟର ଚାଷ ଜମି ରେ ବନ୍ୟା ଜଳ ପ୍ରବେଶ କରିଛି।ଏହା ଦ୍ୱାରା ଚାଷୀ ଙ୍କ ଧାନ ତଳି ସବୁ ନଷ୍ଟ ହୋଇ ଯାଇଛି।ରୁଆ ଧାନ ନଷ୍ଟ ହୋଇ ଥିବା ବେଳେ ଧାନ ତଳି ମଧ୍ୟ ନଷ୍ଟ ହେବାର ଆଶଙ୍କା ଦେଖା ଯାଇଛି।ବର୍ଷା ଜଳ ସହିତ ବନ୍ୟା ଜଳ ଚାଷ ଜମିରେ ୮ ଦିନ ହେବ ଜମି ରହିବା ଯୋଗୁଁ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖା ଯାଇଛି।ତେଣୁ ଚାଷୀ ମାନେ ଅତ୍ୟନ୍ତ ହତାଶ ହୋଇ ପଡିଛନ୍ତି।ଅନ୍ୟ ପକ୍ଷରେ ଚାଷୀ ଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ସାଳନ୍ଦୀ କେନାଲ ଡିଭିଜନ ପକ୍ଷରୁ ବାଲି ବସ୍ତା ଓ଼ ବଲା ପିଟା ଯାଇ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି।ତେବେ ଦୁଃର୍ଜନିଆ ଓ ଶଙ୍ଖୁଆ ନାଳ କୁ ସଂସ୍କାର କରାଯିବା ସହିତ ନଦୀ ରେ ଚେକ ଡ୍ୟାମ ନିର୍ମାଣ କରିବାକୁ ଚାଷୀ ମାନେ ଦାବି କରିଛନ୍ତି।ତେବେ ସାଳନ୍ଦୀ ରେ ବନ୍ୟା ଆସିବା ପରେ ତଳିଆ ଅଂଚଳ ରେ ଚାଷ ଜମି ଓ ଚାଷୀ ମାନେ ଯେଭଳି କ୍ଷତିଗ୍ରସ୍ତ ହୋଇଛନ୍ତି, ସେଥି ପ୍ରତି ପ୍ରଶାସନ ଯୁଦ୍ଧ କାଳୀନ ଭିତିରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande