ଚୋରି ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ
ଚୋରି ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ
ଚୋରି ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ


ସମ୍ବଲପୁର, ୨୭ ଜୁଲାଇ (ହି.ସ.)- ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଧାମା ଥାନା ପୋଲିସ ଏକ ଚୋରି ମାମଲାର ତଦନ୍ତ କରି ଅତି କମ୍ ସମୟ ମଧ୍ୟରେ ସଫଳତା ପାଇବା ସହ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଟିକୁଡ଼ା ଗ୍ରାମର ୩୧ ବର୍ଷିୟ ସଞ୍ଜୀବ ବାଡ଼ି ସମ୍ବଲପୁର ଜିଲ୍ଲା ଧାମା ଥାନା ଅନ୍ତର୍ଗତ ହରିଜନପଡ଼ାରେ ଭଡ଼ାରେ ରହି ଆସୁଥିଲେ। ଆଜି ଭୋର ପ୍ରାୟ ୩ଟାରୁ ୪ଟା ମଧ୍ୟରେ କିଛି ଅଜଣା ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଭିତରେ ପଶି ୩ଟି ମୋବାଇଲ୍ ଫୋନ୍, ଏକ ପର୍ସରେ ଥିବା ୫ ହଜାର ୨ ଶହ ନଗଦ ଟଙ୍କା, ଏଟିଏମ୍ କାର୍ଡ ଓ ଏକ ଏୟାର ବ୍ୟାଗ୍ ଚୋରି କରି ନେଇଥିଲେ।

ଏହି ଘଟଣାକୁ ନେଇ ସଞ୍ଜୀବ ବାଡ଼ି ଧାମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୧୩୦/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ ସମୟରେ ପୋଲିସ ଧାମା ଥାନା ଅନ୍ତର୍ଗତ ସୁବନପୁର ଗ୍ରାମର ଭୁବନ ବାଗଙ୍କ ୨୨ ବର୍ଷିୟ ପୁଅ ଅମିତ ବାଗକୁ ଥାନାକୁ ନେଇ ଜେରା କରିବା ପରେ ଘଟଣାର ସତ୍ୟତା ଜଣାପଡିଥିଲା ଓ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ଗିରଫ

ଅଭିଯୁକ୍ତ ଅମିତ୍ ନିକଟରୁ ପୋଲିସ ଚୋରି ଯାଇଥିବା ୩ଟି ମୋବାଇଲ୍ ଫୋନ୍, ନଗଦ ୪ ହଜାର ଶହେ ଟଙ୍କା, ୪ଟି ଏଟିଏମ୍ କାର୍ଡ, ଏକ ଏୟାର ବ୍ୟାଗ୍ ଓ ଏକ ପର୍ସ ଜବତ କରିଥିଲା । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande