ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
ନୂଆପଡ଼ା, ୨୭ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତିଖାଲି ସ୍ଥିତ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି ନିଷ୍କାସନ କରାଯାଇଛି। ଆଗାମୀ ଲଘୁଚାପଜନିତ ବର୍ଷା ଏବଂ ଜଳସ୍ତର ବୃଦ୍ଧିର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରକଳ୍ପ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ
Pratham banya jala nishkasit


ନୂଆପଡ଼ା, ୨୭ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତିଖାଲି ସ୍ଥିତ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି ନିଷ୍କାସନ କରାଯାଇଛି। ଆଗାମୀ ଲଘୁଚାପଜନିତ ବର୍ଷା ଏବଂ ଜଳସ୍ତର ବୃଦ୍ଧିର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରକଳ୍ପ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକଳ୍ପର ସର୍ବାଧିକ ଜଳଧାରଣ କ୍ଷମତା ୨୬୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୨୬୩.୫୫ ମିଟରରେ ପହଞ୍ଚିଛି। ବର୍ତ୍ତମାନ ପ୍ରକଳ୍ପକୁ ୬୧ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ୫ ନମ୍ବର ଗେଟ୍ ଖୋଲାଯାଇ ୬୭ ଘନଫୁଟ୍ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଏନେଇ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ବର୍ଷାକୁ ଦୃଷ୍ଟିରେ ରଖି ଜଳସ୍ତର ନିୟନ୍ତ୍ରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଗେଟ୍ ଖୋଲାଯାଇଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଲୋକ ପ୍ରକଳ୍ପ ନିକଟରେ ଏକତ୍ରିତ ହୋଇଥିଲେ।

ସ୍ଥାନୀୟ ବାସିନ୍ଦା ଈଶ୍ୱର ଚନ୍ଦ୍ର ନାଏକ କହିଛନ୍ତି ଯେ, ପ୍ରତିବର୍ଷ ପ୍ରଥମ ଥର ପାଇଁ ଗେଟ୍ ଖୋଲାଯିବା ଏବଂ ବନ୍ୟାଜଳ ନିଷ୍କାସନ ଦୃଶ୍ୟ ଦେଖିବା ଏକ ନିଆରା ଅନୁଭୂତି ହୋଇଥାଏ। ଏହି ଦୃଶ୍ୟ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande