
କେନ୍ଦ୍ରାପଡ଼ା, ୨୭ ଜୁଲାଇ(ହି.ସ.) – କେନ୍ଦ୍ରାପଡା ତିଖିରୀ ସରପଂଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ଉପରେ ଆସନ୍ତା ଅଗଷ୍ଟ ୧୩ ତାରିଖ ଦିନ ଭୋଟିଂ ହେବ। ତିଖିରୀ ପଂଚାୟତ କାର୍ୟ୍ୟାଳୟରେ ହେବାକୁ ଥିବା ଅନାସ୍ଥା ଭୋଟିଂରେ ଚମେଲିଙ୍କୁ ପଦଚ୍ୟୁତ କରିବା ପାଇଁ ଦୁଇ ତୃତୀୟାଂଶ ଭୋଟର ଆବଶ୍ୟକତା ରହିଛି। ଆଜି କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଦେଇଥିବା ୱାର୍ଡ ମେମ୍ବରମାନଙ୍କ ଦସ୍ତଖତ ଯାଂଚ କରାଯାଇଥିଲା। ଅନାସ୍ଥା ପ୍ରସ୍ତାବରେ ୨୧ ଜଣ ୱାର୍ଡ ମେମ୍ବର ଦସ୍ତଖସ୍ତ କରିଥିବା ବେଳେ ଆଜି ଯାଂଚବେଳେ ୨୦ ଜଣ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ଜଣେ ୱାର୍ଡ ମେମ୍ବର ଅନୁପସ୍ଥିତ ଥିବା କୁହାଯାଇଛି। ଗତ ଜୁଲାଇ ୨୩ ତାରିଖରେ ତିଖିରୀ ପଂଚାୟତର ୨୧ ଜଣ ୱାର୍ଡମେମ୍ବର ସବ୍କଲେକ୍ଟରଙ୍କୁ ଲିଖିତ ଭାବେ ଅନାସ୍ଥା ପତ୍ର ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି