ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରରେ ପ୍ରବେଶ ଉତ୍ସବ ଅନୁଷ୍ଠିତ
ବଲାଙ୍ଗୀର, ୨୭ ଜୁଲାଇ(ହି.ସ.) – ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ପ୍ରବେଶ ଉତ୍ସବ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ନାତକ ସ୍ତରର ପ୍ରଥମ ବର୍ଷର କଳା ଏବଂ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କ ପ୍ରବେଶ ଉତ୍ସବ ଅଧ୍ୟକ୍ଷ ଡଃ ଅରବିନ
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ ଅନଷ୍ଠିତ


ବଲାଙ୍ଗୀର, ୨୭ ଜୁଲାଇ(ହି.ସ.) – ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରରେ ପ୍ରବେଶ ଉତ୍ସବ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ନାତକ ସ୍ତରର ପ୍ରଥମ ବର୍ଷର କଳା ଏବଂ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କ ପ୍ରବେଶ ଉତ୍ସବ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସ୍ୱାଗତ କରି ମହାବିଦ୍ୟାଳୟର ନିୟମାବଳୀର ସମ୍ୟକ ସୂଚନା ଦେଇଥିଲେ। ଡଃ ସଦାଶିବ ମଲ୍ଲିକ ମହାବିଦ୍ୟାଳୟର ଇତିହାସ ତଥା ଆଂଟି ରାଗିଂ ସେଲ୍ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏକାଉଂଟ୍ ବର୍ସର ଶ୍ରୀ ବିଭୂତି ଭୂଷଣ ସାହୁ ଛାତ୍ରୀମାନଙ୍କୁ ସ୍ୱାଗତକରି ମହାବିଦ୍ୟାଳୟରେ ଅବସ୍ଥାପିତ ଇଗ୍ନୁ କେନ୍ଦ୍ରର ଲାଭ ନେବାପାଇଁ ପରାମର୍ଶ ଦେଇଥିଲେ। ଏକାଡେମିକ ବର୍ସର ଡଃ କୁମାର ସମ୍ଭବ ଚୋପଦାର ନିଜ ବକ୍ତବ୍ୟରେ ୨୦୨୦ ପାଠ୍ୟକ୍ରମ, ଉପସ୍ଥାନ ୭୫%, ସମୟସାରଣୀ ପାଳନର ଉପକାରିତା ବିଷୟ ଉପସ୍ଥାପନ କରିଥିଲେ। ସମସ୍ତ ବିଭାଗର ମୁଖ୍ୟ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ସମସ୍ତେ ତାଙ୍କ ନିଜ ନିଜ ପରିଚୟ ଦେଇଥିଲେ। ଏଡମିସନ ଓ ରି ଏଡମିଶନ ବିଷୟରେ ସୂଚନା ମାନସ ରଞ୍ଜନ ଭୋଇ ପ୍ରଦାନ କରିଥିଲେ।

ଡଃ ଭୁବନେଶ୍ୱର ଛତ୍ରିଆ ପରୀକ୍ଷା ବିଷୟରେ ସୂଚନା, ଶ୍ରୀମତୀ ଡଃ ଅର୍ପିତା ବେହେରା ଶକ୍ତିଶ୍ରୀ ତଥା ଆନ୍ତରିକ ଅଭିଯୋଗ ସମିତିର ସୂଚନା ପ୍ରଦାନ, ଡଃ ରାଜେଶ କର୍ଣ୍ଣ ବ୍ୟବହାରିକ ପ୍ରଶିକ୍ଷଣ ବିଷୟରେ ଶ୍ରୀମତୀ ସୁଚେତା ଦୋରା ଛାତ୍ରବୃତି ବିଷୟରେ, ଶ୍ରୀମତୀ ଶିଖା ମେହେର ଏବଂ ପ୍ରତୀକ୍ଷା ପ୍ରତିଶ୍ରୁତି ଛାତ୍ରୀନିବାସ ବିଷୟରେ ସୂଚନା ପ୍ରଦାନ କରିଥିଲେ। କର୍ଯ୍ୟକ୍ରମ ସଂଯୋଜନା ଶ୍ରୀ ଅଜିତ କୁମାର ପଣ୍ଡା ତଥା ଧନ୍ୟବାଦ ଅର୍ପଣ ଡଃ ଭୁବନ ମୋହନ ପଣ୍ଡା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande