ପୁରୀରେ ସାଧୁ ସନ୍ଥଙ୍କୁ ନେଇ ଦିବ୍ୟଦୀପ କାର୍ଯ୍ୟକ୍ରମ, ଶିକ୍ଷକ ଅଶୋକ ଖିଲାରଙ୍କୁ ଶରଧାବାଲି ସମ୍ମାନ
ଭଦ୍ରକ, ୨୭ ଜୁଲାଇ (ହି.ସ.) - ମହାପ୍ରଭୁଙ୍କ ସୁନାବେଶ ଅବସରରେ ଶରଧାବାଲି ପୁରୀ ଠାରେ ଆମ ପରିବାର ଓ ରାଜଧାନୀ ସଂଗ୍ରାମୀ ସେବା ସଂଘର ମିଳିତ ଆୟୋଜନରେ ସେବା କାର୍ଯ୍ୟ, ବିଶ୍ୱର କଲ୍ୟାଣ ପାଇଁ ଦିବ୍ୟଦୀପ ପ୍ରଜ୍ଜ୍ୱଳନ ଏବଂ ଉତ୍କଷ୍ଠ ସେବା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ
ashok khilar saradha bali sambardhana -2


ଭଦ୍ରକ, ୨୭ ଜୁଲାଇ (ହି.ସ.) - ମହାପ୍ରଭୁଙ୍କ ସୁନାବେଶ ଅବସରରେ ଶରଧାବାଲି ପୁରୀ ଠାରେ ଆମ ପରିବାର ଓ ରାଜଧାନୀ ସଂଗ୍ରାମୀ ସେବା ସଂଘର ମିଳିତ ଆୟୋଜନରେ ସେବା କାର୍ଯ୍ୟ, ବିଶ୍ୱର କଲ୍ୟାଣ ପାଇଁ ଦିବ୍ୟଦୀପ ପ୍ରଜ୍ଜ୍ୱଳନ ଏବଂ ଉତ୍କଷ୍ଠ ସେବା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଆମ ପରିବାରର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ମଂଚ ସଂଚାଳନରେ ଭୁବନେଶ୍ୱରର ବିଶିଷ୍ଟ ସମାଜସେବିକା ରୁଦ୍ରାଣୀ ନନ୍ଦ, ରାଜଧାନୀ ସଂଗ୍ରାମୀ ସେବା ସଂଘର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝା, ସମାଜସେବୀ ରୋହିତ କୁମାର ଜେନା, ଶ୍ରୀରାମ ନାମ ମହାଧନ ସଂଚୟ ବ୍ୟାଙ୍କ ଅଯୋଧ୍ୟାର ଓଡିଶା ଶାଖା ମୁଖ୍ୟ ବିରଚିଂ ରାଉଳ, ନିଳିମା ମିଶ୍ର, ପ୍ର୍ରଭାକର ବେହେରା, ପ୍ରଦିପ୍ତ ଦାସ, ସସ୍ମିତା ମହାନ୍ତି, ସୁଚରିତା ମହାନ୍ତି, ତପସ୍ୱିନୀ ମହାନ୍ତିଙ୍କ ସମେତ ଆମ ପରିବାର ସମ୍ପାଦକ ସତ୍ୟବ୍ରତ ଜେନା ଉପସ୍ଥିତ ରହି ରଥ ଓ ବାହୁଡା ଯାତ୍ରା ଅବସରରେ ସଂଗଠନ ପକ୍ଷରୁ ସେବା କାର୍ଯ୍ୟ ନେଇ ସୂଚନା ଦେବା ସହ ବିଶ୍ୱର ମଙ୍ଗଳ ପାଇଁ ସାଧୁ ସନ୍ଥଙ୍କ ଗହଣରେ ଶରଧାବାଲିରେ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ସାଧୁ, ବିଭିନ୍ନ ସାମାଜିକ ସଂଗଠନର ମୁଖ୍ୟ ଉପସ୍ଥିତ ରହି ସୁନାବେଶର ମାହାତ୍ମ୍ୟ ଉପରେ ମତ ରଖି ଆମ ପରିବାର ଓ ରାଜଧାନୀ ସଂଗ୍ରାମୀ ସେବା ସଂଘର ଆଧ୍ୟାତ୍ମିକ,ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟ ମହନୀୟ ବୋଲି କହିଥିଲେ । ଏହି ଅବସରରେ କୃଷ୍ଣ ଚରଣ ବିଦ୍ୟା ମନ୍ଦିରର ଆଦର୍ଶ ଶିକ୍ଷକ ଅଶୋକ କୁମାର ଖିଲାର,ଅବସରପ୍ରାପ୍ତ ଶିକ୍ଷକ ସନାତନ ନାୟକ, ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ନାୟକ, ସାମାଜିକ କର୍ମୀ ସହଦେବ ରେଡ୍ଡି, ସମାଜସେବିକା ରୁଦ୍ରାଣୀ ନନ୍ଦ ପ୍ରମୁଖଙ୍କୁ ଉତ୍କଷ୍ଠ ସେବା ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକ ଅଶୋକ କୁମାର ଖିଲାର କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବାରୁ ଆଜି ଆଗରପଡାସ୍ଥିତ କୃଷ୍ଣ ଚରଣ ବିଦ୍ୟାମନ୍ଦିର ପରିସରରେ ସାମ୍ବାଦିକ ହେମନ୍ତ ସିଂହଙ୍କ ତତ୍ୱାବଧାନରେ ସମାଜସେବୀ ଚିତରଞ୍ଜନ ସାମନ୍ତରାୟ, ପଣ୍ଡିତ ମଦନମୋହନ ଦାଶ, ବ୍ରହ୍ମାକୁମାର ବଳରାମ ପୃଷ୍ଟି, ପ୍ରଧାନଶିକ୍ଷକ ଶରତ ଜେନା, ପରିଚାଳନା କମିଟି ସଭାପତି ମନୋଜ ବେହେରା, ବରିଷ୍ଠ ଶିକ୍ଷୟିତ୍ରୀ ମିନତି ସାହୁ, ରଞ୍ଜିତା ନାୟକ, ମମତା ମଲ୍ଲିକ, ନାରାୟଣ ରାଉତ, ତୁରାମ ସିଂହ, ସଞ୍ଜୟ କେତନ ଦାସ, ଗୋକୁଳାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଖିଲାରଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande