ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ସମ୍ମାନ
ଭୁବନେଶ୍ୱର , ୨୭ ଜୁଲାଇ (ହି.ସ.) - ସୁରକ୍ଷିତ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ଉଲ୍ଲେଖନୀୟ ସତର୍କତା ଏବଂ ବୃତିଗତ ପ୍ରତିବଦ୍ଧତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରାୟଗଡ଼ା ରେଳମଣ୍ଡଳ ଅନ୍ତର୍ଗତ ଟେକ୍ନିସିଆନ୍ ଗ୍ରେଡ୍-୧ (କ୍ୟାରେଜ୍ ଆଣ୍ଡ ୱାଗନ୍) କେ. ନରେନ୍ଦ୍ରଙ୍କୁ ''ସୁରକ୍ଷା ପୁରସ୍କାର''
hjkjhi


ଭୁବନେଶ୍ୱର , ୨୭ ଜୁଲାଇ (ହି.ସ.) - ସୁରକ୍ଷିତ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ଉଲ୍ଲେଖନୀୟ ସତର୍କତା ଏବଂ ବୃତିଗତ ପ୍ରତିବଦ୍ଧତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରାୟଗଡ଼ା ରେଳମଣ୍ଡଳ ଅନ୍ତର୍ଗତ ଟେକ୍ନିସିଆନ୍ ଗ୍ରେଡ୍-୧ (କ୍ୟାରେଜ୍ ଆଣ୍ଡ ୱାଗନ୍) କେ. ନରେନ୍ଦ୍ରଙ୍କୁ 'ସୁରକ୍ଷା ପୁରସ୍କାର' ପ୍ରଦାନ କରି ସମ୍ମାନିତ କରାଯାଇଛି।

୨୯ ଜୁନ୍ ୨୦୨୬ରେ ରାୟଗଡ଼ାଠାରେ ଏକ ମାଲବୋଝେଇ ଟ୍ରେନର ନିୟମିତ ଯାଂଚ କରୁଥିବା ସମୟରେ ନରେନ୍ଦ୍ର ଏହାର ଗୋଟିଏ ୱାଗନରେ ୟୋକ୍ ଭାଙ୍ଗିଯାଇଥିବା ଏବଂ ବ୍ୟାକ ଷ୍ଟପର୍ ୱେଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ଚିହ୍ନଟ କରିଥିଲେ। ଏହି ତ୍ରୁଟି ଟ୍ରେନର ନିରାପଦ ଚଳାଚଳକୁ ପ୍ରଭାବିତ କରିପାରେ ବୋଲି ଅନୁଭବ କରି ସେ ତୁରନ୍ତ ତ୍ରୁଟିପୂର୍ଣ୍ଣ ୱାଗନଟିକୁ ବଦଳାଇବା ପାଇଁ ଟ୍ରେନ୍ ରୁ ଅଲଗା କରିବାର ବ୍ୟବସ୍ଥା କରିଥିଲେ। ତାଙ୍କର ଏହି ସମୟୋଚିତ ପଦକ୍ଷେପ ଏକ ସମ୍ଭାବ୍ୟ ସୁରକ୍ଷା ବିପଦକୁ ଏଡ଼ାଇବା ସହ ଟ୍ରେନର ନିରାପଦ ଚଳାଚଳ ସୁନିଶ୍ଚିତ କରିଥିଲା। ପୂର୍ବତଟ ରେଳପଥ ଶ୍ରୀ ନରେନ୍ଦ୍ରଙ୍କ କର୍ତବ୍ୟନିଷ୍ଠା ଓ ସତର୍କତାକୁ ଉଚ୍ଚ ପ୍ରଶଂସା କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande