ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି
ଜୟପୁର, ୨୭ ଜୁଲାଇ(ହି.ସ.) – ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାର ପ୍ରାଣକେନ୍ଦ୍ର ହେଉଛି ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ। କିନ୍ତୁ ଏହି ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ନାହିଁ ମୌଳିକ ସୁବିଧା। ତେଣୁ ଏବିଭିପି ସଭାପତି ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ବିଶ୍ୱବିଦ୍ୟାଳୟର ରେ
ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ରେ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି


ଜୟପୁର, ୨୭ ଜୁଲାଇ(ହି.ସ.) – ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାର ପ୍ରାଣକେନ୍ଦ୍ର ହେଉଛି ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ। କିନ୍ତୁ ଏହି ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ନାହିଁ ମୌଳିକ ସୁବିଧା। ତେଣୁ ଏବିଭିପି ସଭାପତି ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଘେରାଉ କରିଥିଲେ ହଷ୍ଟେଲ ଛାତ୍ରଛାତ୍ରୀ। କାଲି ରାତିରେ ପିଏମ୍ଜି-୨ ଛାତ୍ରାବାସର ଛାତର ଖଣ୍ଡ ପଡ଼ି ୨ ଜଣ ଛାତ୍ରୀ ଆହତ ହୋଇଥିଲେ ଏବଂ ଆଗରୁ ମଧ୍ୟ ବହୁତ ହଇରାଣ ହେଉଥିଲେ। ସେହିପରି ବିଶ୍ୱବିଦ୍ୟାଳୟ ଭିତରେ ଥିବା ଉତ୍କଳମଣି ଛାତ୍ରାବାସ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଓ ଛାତ ଖଣ୍ଡ ପଡ଼ୁଛି ଏବଂ ଆଗକୁ ଏହା ଛାତ୍ର ଛାତ୍ରୀମାନଙ୍କ ମରଣଯନ୍ତା ପାଲଟିବାକୁ ଯାଉଛି। ତେଣୁ ଆଜି ୫୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ରେଜିଷ୍ଟ୍ରାରଙ୍କୁ ଭେଟିଥିଲେ।

କିନ୍ତୁ ରେଜିଷ୍ଟ୍ରାର ପ୍ରତିଟି ଥର ପିଲାମାନଙ୍କୁ ସରକାରଙ୍କୁ ଚିଠି କରାଯାଇଛି ବୋଲି କହି ଆଶ୍ୱାସନା ଦେଇ ଫେରାଇ ଦେଉଛନ୍ତି। ବିଦ୍ୟାର୍ଥୀ ପରିଷଦ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷକୁ ୧ ମାସର ସମୟ ମାଗିଛି ଯଦି ଏକମାସ ମଧ୍ୟରେ ଦାବି ପୂରଣ ନହେବ ତେବେ ଛାତ୍ରଛାତ୍ରୀଙ୍କୁ ନେଇ ସଭାପତି ରାଜରାସ୍ତାକୁ ଓହ୍ଲେଇବେ ବୋଲି କହିଛନ୍ତି।

ଅଞ୍ଜନା ମୁଣ୍ଡା, ମନୀଷା ମୁର୍ମୁ, ରଶ୍ମିତା ଖିଲ, ପ୍ରିୟଙ୍କା ଆଂଚକ, ସୁଦୀପ୍ତ ନାୟକ, ନିର୍ଝରଣୀ ହନ୍ତାଳ, ଭେଙ୍କଟେଶ୍ୱରୀ କାନ୍ତ, ସିବାଶିଷ ତ୍ରିପାଠୀ, ଆଦିଦେବ ଦତ, ଆଶୁତୋଷ ମହାନ୍ତି, ଗଗନ ମେହେରା, ଶୁଭମ୍ ପଟ୍ଟନାୟକ, ଅନିକେତ୍ ସରକାର ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଆଜିର ବିକ୍ଷୋଭରେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande