ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି
ଜିଲାପାଳ


ଜିଲାପାଳ


ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି


ସମ୍ବଲପୁର, ୨୮, ଜୁଲାଇ (ହି.ସ.) ଜିଲ୍ଲାରେ କ୍ରମାଗତ ଲଗାଣ ବର୍ଷା ହେଉଥିବା ବେଳେ ଜନ ଜୀବନ ଏକରକମର ଅସ୍ତବ୍ୟସ୍ତ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ସୁଚନାଯୋଗ୍ୟ ସମ୍ବଲପୁର ସହରରେ କ୍ରମାଗତ ଲଗାଣ ବର୍ଷା ଜାରି ରହିବା ଫଳରେ ଦୀର୍ଘ ବର୍ଷ ଧରି ଅଳିଆ ଆବର୍ଜ୍ଜନାରେ ପୋତି ହୋଇପଡିଥିବା ନଳା ନର୍ଦ୍ଧମା ଗୁଡ଼ିକରୁ ସଠିକ୍ ଭାବେ ପାଣି ନିଷ୍କାସନ ହୋଇନପାରି ଅଚଳାବସ୍ଥା ସୃଷ୍ଟି କରିଛି । ଗତ ସପ୍ତାହକ ମଧ୍ୟରେ ସୋମବାର ଠାରୁ ମଙ୍ଗଳବାର ତଥା ଦୁଇ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ଓ ରାସ୍ତାଘାଟରେ ପାଣି ଜମିବା ସମ୍ଭବତଃ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟି ପାରେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande