
ମାଲକାନଗିରି , ୨୮ ଜୁଲାଇ (ହି.ସ.)ଗୋମାତାଙ୍କୁ ରାଷ୍ଟ୍ରୀୟ ପଶୁ ମାନ୍ୟତା, ପ୍ରତ୍ୟେକ ଜିଲ୍ଲାରେ ଆଧୁନିକ ଗୋଶାଳା, ରାଜରାସ୍ତାରେ ବୁଲୁଥିବା ଗୋବଂଶଙ୍କ ସୁରକ୍ଷା ଏବଂ ସମସ୍ତ ଗୋବଂଶର ପଞ୍ଜିକରଣ ଦାବିରେ ମାଲକାନଗିରି ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୫୦୦ରୁ ଅଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମାନପତ୍ର ଗ୍ରହଣ କରିଥିଲେ। ଦାବି ପୂରଣ ନ ହେଲେ ଆସନ୍ତା ଅକ୍ଟୋବର ୨୭ରେ ଭୁବନେଶ୍ୱରରେ ବୃହତ୍ ଜନଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀମାନେ ସତର୍କ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ