ଆଓମା ରେ ପାଳିତ ହେଲା ରସଗୋଲା ଦିବସ ଓ ବେକେରୀ ମାଲିକ ମାଗଣା ରେ ବାଟୋଇ ଓ ଗ୍ରାହକ ମାନଙ୍କୁ ରସ ଗୋଲା ବାଣ୍ଟିଲେ
ମାଲକାନଗିରି ,୨୮ ଜୁଲାଇ (ହି.ସ.) ଆଓମା ଗୁରୁକୁଳ ରେ ପାଳିତ ହୋଇଯାଇଛି ରସଗୋଲା ଦିବସ ଏହି ଅବସର ରେ ଆର କେ ବେକେରୀ ମାଲିକ ମାଗଣା ରେ ବାଟୋଇ ଓ ଗ୍ରାହକ ମାନଙ୍କୁ ରସ ଗୋଲା ବାଣ୍ଟିଛନ୍ତି ।ଏହା ର ଐତିହାସିକ ମହତ୍ତ୍ୱ ରହିଛି ଓଡ଼ିଶାରେ ପ୍ରାଚୀନ କାଳରୁ ଜଗନ୍ନାଥ ସଂସ୍କୃତି ସହିତ ରସଗୋଲାର ସଂପୃକ୍ତ
ଆଓମା ରେ ପାଳିତ ହେଲା ରସଗୋଲା ଦିବସ ଓ ବେକେରୀ ମାଲିକ ମାଗଣା ରେ ବାଟୋଇ ଓ ଗ୍ରାହକ ମାନଙ୍କୁ ରସ ଗୋଲା ବାଣ୍ଟିଲେ


ମାଲକାନଗିରି ,୨୮ ଜୁଲାଇ (ହି.ସ.) ଆଓମା ଗୁରୁକୁଳ ରେ ପାଳିତ ହୋଇଯାଇଛି ରସଗୋଲା ଦିବସ ଏହି ଅବସର ରେ ଆର କେ ବେକେରୀ ମାଲିକ ମାଗଣା ରେ ବାଟୋଇ ଓ ଗ୍ରାହକ ମାନଙ୍କୁ ରସ ଗୋଲା ବାଣ୍ଟିଛନ୍ତି ।ଏହା ର ଐତିହାସିକ ମହତ୍ତ୍ୱ ରହିଛି ଓଡ଼ିଶାରେ ପ୍ରାଚୀନ କାଳରୁ ଜଗନ୍ନାଥ ସଂସ୍କୃତି ସହିତ ରସଗୋଲାର ସଂପୃକ୍ତି ରହିଛି। ଶ୍ରୀମନ୍ଦିରର ସ୍ୱତ୍ତ୍ୱ ଓ ପରମ୍ପରାରେ ରସଗୋଲା ଏକ ଅବିଚ୍ଛେଦ୍ୟ ଅଙ୍ଗ।

ଏହା ଓଡ଼ିଆ ଜାତିର ଗର୍ବ,ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ସହିତ ଜଡ଼ିତ ଥିବାରୁ ଏହି ଦିନଟି ଓଡ଼ିଆ ଜାତିର ମିଠା ସ୍ୱାଭିମାନ ଏବଂ ସାଂସ୍କୃତିକ ପରିଚୟର ଏକ ସ୍ୱତନ୍ତ୍ର ପର୍ବ ପାଲଟିଛି।

ଜଗନ୍ନାଥ ସଂସ୍କୃତିର ଏହି ମହାନ ପରମ୍ପରା ଓଡ଼ିଶାର ଭକ୍ତିଭାବ ର ପ୍ରତିକ,ଚତୁର୍ଦ୍ଧା ମୂର୍ତ୍ତି ଙ୍କ ନୀଳାଦ୍ରି ବିଜେ, ଶ୍ରୀ ମନ୍ଦିର ପ୍ରବେଶ ପରେ ମା ଲକ୍ଷ୍ମୀ ଙ୍କ ମାନ ଭଞ୍ଜନ ପାଇଁ ରସଗୋଲା ଭୋଗ ଲଗା ଯାଇଥାଏ,ଆବାହନ କାଳ ରୁ ଏହି ଦିନ ଟିକୁ ଓଡିଶା ର ମୂଖ୍ୟ ସ୍ୱାଦିଷ୍ଠ ମିଷ୍ଠାନ ରସଗୋଲା ଦିବସ ଭାବେ ପାଳନ କରା ଯାଉଛି। ସୋମବାର ଦିନ ମାଲକାନଗିରି ଆଓମା ଗୁରୁକୂଳ ଓ ଆରକେ ବେକେରୀ ରେ ଆଡ଼ମ୍ବର ସହକାରେ ରସଗୋଲା ଦିବସ ପାଳିତ ହୋଇଯାଇଛି,ଶ୍ରୀ ଜଗନ୍ନାଥ ମନ୍ଦିର ରେ ପ୍ରଭୂ ଙ୍କ ପ୍ରିୟ ମିଷ୍ଠାନ ରସଗୋଲା ଭୋଗ ଲାଗା ଯିବା ପରେ ମାଲକାନଗିରି ସହର ର ଆରକେ ବେକେରୀ ମାଲିକ ଜୟସେନ ଖଟେଇ ରସଗୋଲା ଦିବସ ପାଳନ କରି ତାଙ୍କ ଦୋକାନ କୁ ଆସୁଥିବା ଗ୍ରାହକ ମାନଙ୍କୁ ମହାପ୍ରଭୁ ଙ୍କ ପ୍ରିୟ ଓଡିଶା ପ୍ରଦେଶ ର ମୂଖ୍ୟ ମିଷ୍ଠାନ ରସଗୋଲା କୁ ମନେ ପକାଇବା ପାଇଁ ମାଗଣା ରେ ସମସ୍ତଙ୍କୁ ରସଗୋଲା ବାଣ୍ଟି ଖୁସି ହୋଇଥିଲେ!ଲୋକେ ରସଗୋଲା ଦିବସ କୁ ଭୁଲି ଯାଉଥିବା ବେଳେ ଜଣେ ବ୍ୟବସାୟୀ ଓଡ଼ିଆ ର ପରମ୍ପରା କୁ ବଜାଇ ରଖି ଦିବସ କୁ ମନେ ପକାଇ ବାଟୋଇ ଓ ଗ୍ରାହକ ଙ୍କୁ ମାଗଣା ରେ ରସଗୋଲା ବାଣ୍ଟିବା ଘଟଣା କୁ ସହର ବାସୀ ସ୍ୱାଗତ କରିବା ସହିତ ତାଙ୍କର ଏହି କାର୍ଯ୍ୟ କୁ ସାଧୁବାଦ ଜଣାଇଛନ୍ତି। ଠିକ ସେହି ପରି ସନ୍ଧ୍ୟା ରେ ଆଓମା ଗୁରୁକୁଳ ଠାରେ ମଧ୍ୟ ଆଡ଼ମ୍ବର ପୂର୍ଣ୍ଣ ଭାବେ ରସଗୋଲା ଦିବସ ପାଳିତ ହୋଇଯାଇଛି। ଏହି ଅବସର ରେ ସ୍ୱତନ୍ତ୍ର ମାନ୍ୟତା ପାଇଥିବା ଓଡିଶା ର ପ୍ରସିଦ୍ଧ ସୁସ୍ବାଦୁ ମିଷ୍ଠାନ ରସଗୋଲା ସମ୍ପର୍କ ରେ ଆଓମା ଗୁରୁକୁଳ ଅନ୍ତେବାସୀ ଙ୍କ ମଧ୍ୟରେ ଏକ ତର୍କ ପ୍ରତିଯୋଗିତା କରାଯାଇ ସମସ୍ତ ଅନ୍ତେବାସୀ ଙ୍କୁ ଓଡିଶା ର ପ୍ରସିଦ୍ଧ ମିଷ୍ଠାନ ରସଗୋଲା ବଣ୍ଟନ କରା ଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande