ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ୨୦୨୬ରେ ଭାରତୀୟ ଖେଳାଳିଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 28 ଜୁଲାଇ (ହି.ସ.): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ୨୦୨୬ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣ ପଦକ ବିଜେତା ଶର୍ମିଲା ଧନଖଡ଼ଙ୍କୁ ହାର୍ଦ୍ଦିକ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 28 ଜୁଲାଇ (ହି.ସ.): ଓଡ଼ିଶାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ୨୦୨୬ରେ ଉଲ୍ଲେଖନୀୟ ପ୍ରଦର୍ଶନ

କରିଥିବା ଭାରତୀୟ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣ

ପଦକ ବିଜେତା ଶର୍ମିଲା ଧନଖଡ଼ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିବାବେଳେ, ରୌପ୍ୟ

ପଦକ ହାସଲ କରିଥିବା ସର୍ବେଶ କୁଶାରେ ଓ ବଲ୍ଲୁରୀ ଅଜୟ ବାବୁଙ୍କୁ ପ୍ରଶଂସା କରିଛନ୍ତି। ସେହିପରି

କାଂସ୍ୟ ପଦକ ବିଜେତା ବିନ୍ଦ୍ୟାରାଣୀ ଦେବୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ନିଜ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ

କହିଛନ୍ତି ଯେ, ଏହି ସଫଳତା ଖେଳାଳିମାନଙ୍କ କଠିନ ପରିଶ୍ରମ, ଅଟୁଟ

ସଂକଳ୍ପ ଓ ଉତ୍କର୍ଷତା ପ୍ରତି ସେମାନଙ୍କର ନିଷ୍ଠାର ପ୍ରତୀକ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି

ସଫଳତା ଦେଶର ଯୁବପିଢ଼ିକୁ ପ୍ରେରଣା ଯୋଗାଇବ ଏବଂ ଟିମ୍ ଇଣ୍ଡିଆ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରେ

ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande