
ଭୁବନେଶ୍ୱର, 28 ଜୁଲାଇ (ହି.ସ.): ବିଶ୍ୱ
ହେପାଟାଇଟିସ୍ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ ହେପାଟାଇଟିସ୍-ମୁକ୍ତ
କରିବାର ସଂକଳ୍ପକୁ ପୁଣିଥରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ ସମୟୋପଯୋଗୀ ପରୀକ୍ଷା, ଉପଯୁକ୍ତ
ଚିକିତ୍ସା, ଟିକାକରଣ
ଏବଂ ଜନସଚେତନତା ମାଧ୍ୟମରେ ଏହି ରୋଗକୁ ରୋକାଯାଇପାରିବ।
ନିଜ ବାର୍ତ୍ତାରେ
ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଏହି ରୋଗ ସହ ଜଡ଼ିତ ସାମାଜିକ କଳଙ୍କକୁ ଦୂର କରିବା, ରୋଗ
ପ୍ରତିରୋଧ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏକ ସୁସ୍ଥ ଭବିଷ୍ୟତ ଗଠନରେ ସକ୍ରିୟ ଭାବେ
ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ସମସ୍ତଙ୍କର ମିଳିତ ପ୍ରୟାସ
ମାଧ୍ୟମରେ ହିଁ ଓଡ଼ିଶାକୁ ହେପାଟାଇଟିସ୍-ମୁକ୍ତ ଏବଂ ଅଧିକ ସୁସ୍ଥ ରାଜ୍ୟରେ ପରିଣତ
କରାଯାଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା