
ଭୁବନେଶ୍ୱର, 28 ଜୁଲାଇ (ହି.ସ.) ବିଶ୍ୱ
ହେପାଟାଇଟିସ୍ ଦିବସ ଅବସରରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭାଇରାଲ୍
ହେପାଟାଇଟିସ୍ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଆହ୍ୱାନ ଜଣାଇଛନ୍ତି।
ନିଜ ବାର୍ତ୍ତାରେ ସେ
କହିଛନ୍ତି ଯେ, ଭାଇରାଲ୍ ହେପାଟାଇଟିସ୍ ବିଶ୍ୱବ୍ୟାପୀ ପ୍ରତିରୋଧଯୋଗ୍ୟ ରୋଗ ଓ
ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ରହିଛି। ସେ ଟିକାକରଣ,
ରୋଗ ନିର୍ଣ୍ଣୟ (ଡାଇଗ୍ନୋଷ୍ଟିକ୍ସ) ଏବଂ ସମୟୋପଯୋଗୀ ଚିକିତ୍ସାର
ଗୁରୁତ୍ୱ ଉପରେ ଜୋର ଦେଇ କହିଛନ୍ତି ଯେ,
ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଅନେକ ମୂଲ୍ୟବାନ ଜୀବନକୁ
ବଞ୍ଚାଯାଇପାରିବ।
ସେ ସମସ୍ତଙ୍କୁ ଏହି
ଚିକିତ୍ସାଯୋଗ୍ୟ ଏବଂ ପ୍ରତିରୋଧଯୋଗ୍ୟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ମିଳିତ
ପ୍ରୟାସ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିବାରେ ସହଯୋଗ କରିବାକୁ ଅପିଲ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା