ଏବିଭିପି ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ କୂଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଛାତ୍ର ସଂସଦ ନିର୍ବାଚନ ସହ ବିଶ୍ଵବିଦ୍ୟାଳୟ ର ୧୫ ଗୋଟି ସମସ୍ୟା ସମାଧାନ କରିବା ପାଇଁ ଏବିଭିପି ର ଦାବି
ବଲାଙ୍ଗିର 8 ଅଗଷ୍ଟ (ହି.ସ.) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ କୂଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଅଛି। ୨୦୧୮ ମସିହାରେ ଓଡ଼ିଶା ରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ ଛାତ୍ର ନେତୃତ୍ୱ ର ବ
*ଏବିଭିପି ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ କୂଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର*  *ଛାତ୍ର ସଂସଦ ନିର୍ବାଚନ ସହ ବିଶ୍ଵବିଦ୍ୟାଳୟ ର ୧୫ ଗୋଟି ସମସ୍ୟା ସମାଧାନ କରିବା ପାଇଁ ଏବିଭିପି ର ଦାବି*


*ଏବିଭିପି ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ କୂଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର*  *ଛାତ୍ର ସଂସଦ ନିର୍ବାଚନ ସହ ବିଶ୍ଵବିଦ୍ୟାଳୟ ର ୧୫ ଗୋଟି ସମସ୍ୟା ସମାଧାନ କରିବା ପାଇଁ ଏବିଭିପି ର ଦାବି*


*ଏବିଭିପି ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ କୂଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର*  *ଛାତ୍ର ସଂସଦ ନିର୍ବାଚନ ସହ ବିଶ୍ଵବିଦ୍ୟାଳୟ ର ୧୫ ଗୋଟି ସମସ୍ୟା ସମାଧାନ କରିବା ପାଇଁ ଏବିଭିପି ର ଦାବି*


ବଲାଙ୍ଗିର 8 ଅଗଷ୍ଟ (ହି.ସ.)

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଶାଖା ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ କୂଳପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଅଛି। ୨୦୧୮ ମସିହାରେ ଓଡ଼ିଶା ରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ ଛାତ୍ର ନେତୃତ୍ୱ ର ବିକାଶ ହେଉ ପାରୁନାହିଁ, କଲେଜ ର ବିଭିନ୍ନ ପ୍ରକାର ମୌଳିକ ସମସ୍ୟା ର ସମାଧାନ ରେ ମଧ୍ୟ ବିଳମ୍ବ ହେଉଅଛି। ଛାତ୍ର ସଂସଦ ନିର୍ବାଚନ ହେଲେ ନୂତନ ନେତୃତ୍ୱ ସୃଷ୍ଟି ହେବା ସହ ସମାଜର ଆଗାମୀ ନେତୃତ୍ୱ ତିଆରି ହେବ, ତେଣୁ ବର୍ତମାନର ସରକାର ପୂର୍ବରୁ ବନ୍ଦ ହୋଇଥିବା ଛାତ୍ର ସଂସଦ ନିର୍ବାଚନ କୁ ଏବର୍ଷ ଆରମ୍ଭ କରିବା ସହ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ମୌଳିକ ୧୫ ଟି ସମସ୍ୟା ର ସମାଧାନ କରିବା ପାଇଁ ଦାବି କରାଯାଇଛି। ସେଗୁଡିକ ହେଲା

୧ ଶିକ୍ଷା ର ଗୁଣବତ୍ତା ଆଣିବା ପାଇଁ ସବୁ ବିଭାଗରେ ସହକାରୀ ଅଧ୍ୟାପକ ପ୍ରଦାନ କରାଯାଉ

୨ ପୂର୍ବ ରୁ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ନାମରେ ଥିବା ଜମି ର ପୁନଃ ବିଶ୍ଵବିଦ୍ୟାଳୟ ନାମରେ ନାମିତ କରାଯାଉ

୩ ବିଶ୍ଵବିଦ୍ୟାଳୟ ର ଖେଳ ପଡିଆକୁ ଆଧୁନିକରଣ କରାଯାଉ

୪ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଉ ୪ ଗୋଟି ହଷ୍ଟେଲ ପ୍ରଦାନ କରାଯାଉ ଯତଦ୍ଵାରା ବିଦ୍ୟାର୍ଥୀ ଲାଭବାନ ହେବେ

୫ ବିଶ୍ଵବିଦ୍ୟାଳୟ ର ଭିତରେ ଥିବା ସମସ୍ତ ରାସ୍ତାକୁ କଂକ୍ରିଟ ମାଧ୍ୟମରେ ତିଆରି କରାଯାଏ

୬ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵତନ୍ତ୍ର ସାଧାରଣ କକ୍ଷ ତିଆରି କରାଯାଉ

୭ NEP-୨୦୨୦ ଅନୁସାରେ ବିଶ୍ଵବିଦ୍ୟାଳୟରେ ଆଇନ, ସାମ୍ବାଦିକତା, ତର୍କ ଶାସ୍ତ୍ର, ସମାଜ ବିଜ୍ଞାନ ଭଲି ଅନେକ ବିଭାଗ ଖୋଲାଯାଉ

୮ ସାଇକେଲ,ମଟର ସାଇକେଲ ର ନୂତନ ଷ୍ଟାଣ୍ଡ ନିର୍ମାଣ କରାଯାଉ

୯ ଅଧ୍ୟାପକ ମାନଙ୍କ ପାଇଁ ସରକାରୀ କୋଠା ତିଆରି କରାଯାଉ

୧୦ NCC ରେ ନୌସେନା, ବାୟୁସେନା ଯଥା ଶିଘ୍ର ଖୋଲାଯାଉ

୧୧ ବିଶ୍ଵବିଦ୍ୟାଳୟ ରେ ଅନ୍ତ ବ୍ୟାୟାମ ଶାଳା ଖୋଲାଯାଉ

୧୨ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ର ପୁନଃ ନିର୍ମାଣ କରାଯାଉ

୧୩ ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ପାଇଁ ମିନି ଉଦ୍ୟାନ ତିଆରି କରାଯାଉ

୧୪ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵତନ୍ତ୍ର ବିଶ୍ଵବିଦ୍ୟାଳୟ ବସ୍ ର ବ୍ୟବସ୍ଥା କରାଯାଉ

୧୫ ବିଶ୍ଵବିଦ୍ୟାଳୟ ର ପଛପଟ ବାଡ଼ ଯଥାଶୀଘ୍ର ତିଆରି କରାଯାଉ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୨୦୨୮ ମସିହାରୁ ସବୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି କରିଆସୁଅଛି ଓ ଏବର୍ଷ ମଧ ଏସବୁ ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବା ସହ ଛାତ୍ର ସଂସଦ ନିର୍ବାଚନ ଓ ପରିଚାଳନା ସମିତି ଗଠନ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ଜିଲ୍ଲା ସଂଯୋଜକ ଆଲୋକ ଗୁରାଣ୍ଡି କହିଛନ୍ତି। ଏହି ସମୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ପ୍ରଧାନ, ନଗର ସହ ସମ୍ପାଦିକା ଅଙ୍କିତା ସତପଥି, ଝରଣା ବାଗ ଓ ଅନେକ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande