ବନ୍ୟା ସ୍ଥିତି ରିପୋର୍ଟ
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – ଆଜି ସକାଳ ୧୧ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ୍ର ୬୭ଟି ଗ୍ରାମପଂଚାୟତ ଅଧୀନ ୧୬୪ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୨,୪୭,୪୯୩ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଅଂଚଳରୁ ଲୋକମାନଙ୍କୁ ସୁରକ
ବନ୍ୟା ସ୍ଥିତି ରିପୋର୍ଟ


କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – ଆଜି ସକାଳ ୧୧ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ୍ର ୬୭ଟି ଗ୍ରାମପଂଚାୟତ ଅଧୀନ ୧୬୪ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୨,୪୭,୪୯୩ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏପର୍ୟ୍ୟନ୍ତ ସମୁଦାୟ ୪୪ଟି ରିଲିଫ୍/ଆଶ୍ରୟ କେନ୍ଦ୍ରରେ ୭,୧୮୦ ଜଣଙ୍କୁ ରଖାଯାଇଛି। ଆଜି ୬ଟି କେନ୍ଦ୍ରରେ ୮୩୦ ଜଣ ଅବସ୍ଥାନ କରୁଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୋଟ ୪୪ଟି ମାଗଣା ରୋଷେଇ କେନ୍ଦ୍ର/ରିଲିଫ୍ କେନ୍ଦ୍ର ଖୋଲାଯାଇଥିବାବେଳେ ଆଜି ୬ଟି କେନ୍ଦ୍ରରେ ମାଗଣା ରୋଷେଇ ଚାଲୁ ରହିଛି। ରିଲିଫ୍ ବଂଟନ ବ୍ୟବସ୍ଥାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ଏପର୍ୟ୍ୟନ୍ତ ୭୪୬.୫୫ କ୍ୱିଣ୍ଟାଲ ଚାଉଳ, ୬୩.୮ କ୍ୱିଂଟାଲ ଚୁଡ଼ା ଓ ୮୧ କ୍ୱିଣ୍ଟାଲ ଗୁଡ଼/ଚିନି ବଂଟନ କରାଯାଇଛି। ଏହା ସହିତ ୩୩,୯୦୬ ପ୍ୟାକେଟ ବିସ୍କୁଟ, ୧,୯୦,୬୯୦ ବୋତଲ ପାଣି ଏବଂ ୬୩,୨୦୦ ପାଣି ପାଉଚ୍ ବଂଟନ କରାଯାଇଛି। ଆଜି ୧୭.୫୭ କ୍ୱିଣ୍ଟାଲ ଚୁଡ଼ା, ୮.୫୦ କ୍ୱିଂଟାଲ ଗୁଡ଼/ଚିନି, ୧୬,୯୯୨ ପ୍ୟାକେଟ ବିସ୍କୁଟ, ୭୪,୦୭୦ ବୋତଲ ପାଣି ଏବଂ ୪୫,୭୦୦ ପାଣି ପାଉଚ୍ ବଂଟନ କରାଯାଇଛି।ବନ୍ୟା ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ୧୨ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିମଧ୍ୟରେ ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁରରେ ୧ଟି, ରାଜନଗରରେ ୩ଟି ଏବଂ ରାଜକନିକାରେ ୨ଟି ଟିମ୍ ନିୟୋଜିତ ଅଛନ୍ତି। ଏହା ସହିତ ୬ଟି ପଶୁଚିକିତ୍ସା ଟିମ୍ ମଧ୍ୟ ନିୟୋଜିତ ହୋଇଛି।ବନ୍ୟା ଯୋଗୁଁ ପ୍ରାୟ ୧୪,୨୬୮ ହେକ୍ଟର ଫସଲ ଅଂଚଳ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଘରବାଡ଼ିର କ୍ଷୟକ୍ଷତି ମଧ୍ୟ ବନ୍ୟାଜଳ ସମ୍ପୂର୍ଣ୍ଣ ହ୍ରାସ ପରେ ଆକଳନ କରାଯିବ।ମୋଟ ୯୪,୭୬୭ଟି ପଶୁସମ୍ପଦ ପ୍ରଭାବିତ ହୋଇଛନ୍ତି, ଯେଉଁଥିରେ ବଡ଼ ପଶୁ ୫୩,୬୬୪, ଛୋଟ ପଶୁ ୨୧,୬୦୮ ଏବଂ କୁକୁଡ଼ା ୧୯,୪୯୫ଟି ରହିଛି। ବନ୍ୟାଜଳରେ ଅନେକ ରାସ୍ତା ଜଳମଗ୍ନ ହୋଇଥିବାରୁ ୧୪୨ଟି ରାସ୍ତା ଯାତାୟାତରୁ ବିଚ୍ଛିନ୍ନ ହୋଇଛି। ଅନ୍ୟାନ୍ୟ ମୌଳିକ ଭିତିଭୂମି, ବିଦ୍ୟୁତ ଯୋଗାଣ ଓ ଜଳ ଯୋଗାଣରେ ବର୍ତମାନ କୌଣସି ବଡ଼ ଧରଣର ବାଧା ରିପୋର୍ଟ ହୋଇନାହିଁ।ଉଦ୍ଧାର ଓ ରିଲିଫ୍ କାର୍ୟ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ୬ଟି ଝଜଉ ପାୱାର ବୋଟ୍, ୧୩୦ଟି ଦେଶୀ ଡଙ୍ଗା ଏବଂ ୧୫ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି। ବ୍ରାହ୍ମଣୀ ନଦୀ ଅଳଭା ଠାରେ ବିପଦ ସଙ୍କେତ ୪.୮୮ ମିଟର ଥିବାବେଳେ ବର୍ତମାନ ଜଳସ୍ତର ୫.୯୦ ମିଟର ରହିଛି। ଗୋପାଳପୁରଠାରେ ବିପଦ ସଙ୍କେତ ୧୦.୦୫ ମିଟର ଏବଂ ବର୍ତମାନ ଜଳସ୍ତର ୧୦.୦୫ ମିଟର ରହିଛି। ଜେନାପୁର ଆନିକଟଠାରେ ବିପଦ ସଙ୍କେତ ୬୭ ଫୁଟ ଥିବାବେଳେ ବର୍ତମାନ ଜଳସ୍ତର ୬୩.୮୦ ଫୁଟ ରହିଛି।ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ବର୍ତମାନ ଜଳସ୍ତର ୧୭.୪୬ ମିଟର ରହିଛି। ମୁଣ୍ଡଳୀଠାରେ ୪,୭୪,୬୨୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ୍, ସ୍ୱାସ୍ଥ୍ୟସେବା ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ନିରନ୍ତର ନଜର ରଖାଯାଇଛି। ବନ୍ୟା ପରିସ୍ଥିତି ସୁଧାରିବା ପର୍ୟ୍ୟନ୍ତ ପ୍ରଶାସନର ସମସ୍ତ ବିଭାଗ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande