
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – ମାର୍ଶାଘାଇ ବଜାର କଲେଜ ରୋଡ଼ର ଦୁର୍ଗା ଟାଇମ୍ସ ଘଂଟା ଦୋକାନର ମାଲିକ ଧିରେନ କୁମାର ସିଂ (୬୪)ଙ୍କର ଗୁରୁବାର ଅପରାହ୍ନରେ ପରଲୋକ ଘଟିଛି କ୍ଷ ବୁଧବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ ଏବଂ ପରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି କ୍ଷ ପୁରୀ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏକମାତ୍ର ପୁତ୍ର ବିଶ୍ୱପ୍ରକାଶ ସିଂ ମୁଖାଗ୍ନି ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି