
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକର ଏକ ଅଗ୍ରଣୀ ପଂଚାୟତ ଭାବେ ପରିଚୟ ପାଇଥିବା ଚକ୍ରୋଡା ଗ୍ରାମ ପଂଚାୟତ ଶତାଧିକ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରି ବେଶ ପ୍ରଶଂସା ସାଉଁଟିଛି। ପଂଚାୟତ ତରଫରୁ ସରପଂଚ ତନୁଜା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଗ୍ରାମସଭାରେ ମୁଖ୍ୟଅତିଥି ଭାବେ ବିଜେଡି ଜିଲା ସଭାପତି ଶିବପ୍ରସାଦ ଭୋଳ ଯୋଗଦେଇ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଦେବା ସହ ମାନପତ୍ର ପ୍ରଦାନ କରିଥିଲେ ଜ୍ଝସମ୍ମାନିତଅତିଥି ଭାବେ ଭିକାରି ଚରଣ ଦାସ, ଡ଼ ପୁରୁଷୋତମ ସାହୁ, ଅରୀକ୍ଷିତ ନାୟକ ପ୍ରମୁଖ ଯୋଗଦେଇ ଚକ୍ରୋଡା ସରପଂଚ ତନୁଜା ନାୟକଙ୍କ ଏହା ଏକ ନିଆରା ଉଦ୍ୟମ। ପଂଚାୟତ ସମସ୍ତ ଗ୍ରାମର ବରିଷ୍ଠ ନାଗରିକମାନଙ୍କୁ ଖୋଜି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଓ ପଂଚାୟତ ପକ୍ଷରୁ ମାନପତ୍ର ଦେବା ଏହା ଏକ ପ୍ରଶଂସନୀୟ ପ୍ରୟାସ ଜ୍ଝଅନେକ ସମୟରେ ସରକାରୀ ସାହାଯ୍ୟ ସହଯୋଗ ବିନା ନିଆରା କାର୍ଯ୍ୟକ୍ରମ କରି ପଂଚାୟତ ତଥା ଜିଲାରେ ବେଶ ପ୍ରଶଂସା ସାଉଁଟିଛନ୍ତି ଜ୍ଝଫଳରେ ଚକ୍ରୋଡା ଏକ ଅଗ୍ରଣୀ ପଂଚାୟତ ଭାବେ ବେଶ ସୁନାମ ଅର୍ଜନ କରିଛି ବୋଲି ଅତିଥିବୃନ୍ଦ ମତପୋଷଣ କରିଛନ୍ତି ଜ୍ଝ ନ୍ୟାୟବ ସରପଂଚ ଜ୍ଞାନରଞ୍ଜନ ଲେଙ୍କା, ବିଜେଡି ଯୁବ ନେତା ପ୍ରତାପ ରାଉତ, ସମୀର ରଞ୍ଜନ ମଲ୍ଲିକ, କାହଁନୁ ଚରଣ ମହାରଣା, ଉମେଶ ଚନ୍ଦ୍ର ଜେନା ଅଭିରାମ ସାହୁଙ୍କ ସହ ସମସ୍ତ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ। ବିଜେଡି ଯୁବ ନେତା ନିରଞ୍ଜନ ନାୟକ କାର୍ୟ୍ୟକ୍ରମକୁ ପରିଚାଳନା କାର୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସର୍ବେଶ୍ୱର ପାତ୍ର ମଂଚ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି