ଆରଡି ସମେତ ୪ଟି ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର, ବୋଡକ ନିକଟରେ ଧୋଇଗଲା ୩ଶହ ଫୁଟର ରାସ୍ତା, ୬ଦିନ ହେଲା ଜଳବନ୍ଦୀ ୨୪ ଗାଁ
ଭଦ୍ରକ, ୧୮ ଅଗଷ୍ଟ (ହି.ସ.) - ଦୀର୍ଘ ୧୫ଦିନ ମଧ୍ୟରେ ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ୪ଟି ପଂଚାୟତର ୨୪ଟି ଗାଁର ଲୋକଙ୍କୁ ଦେଇ ଚାଲିଛି ଦୁର୍ଦ୍ଦଶା। ଗତ ୪ଦିନ ତଳେ ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟା ଗାଁ ଦାଣ୍ଡ ଓ ଘରୁ ଛା
ARADI BANYA PARISTITI GAMBHIRA


ଭଦ୍ରକ, ୧୮ ଅଗଷ୍ଟ (ହି.ସ.) - ଦୀର୍ଘ ୧୫ଦିନ ମଧ୍ୟରେ ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ୪ଟି ପଂଚାୟତର ୨୪ଟି ଗାଁର ଲୋକଙ୍କୁ ଦେଇ ଚାଲିଛି ଦୁର୍ଦ୍ଦଶା। ଗତ ୪ଦିନ ତଳେ ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟା ଗାଁ ଦାଣ୍ଡ ଓ ଘରୁ ଛାଡିଥିବା ବେଳେ ପୁଣି ତୃତୀୟ ଥର ପାଇଁ ଆସିଥିବା ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୁଇଗୁଣିତ କରିଛି। ଏପରିକି ବନ୍ୟା ଘେରରେ ରହିଥିବା ବିପନ୍ନମାନେ ନିଜ ପରିବାର ପିଲାଛୁଆଙ୍କ ସହ ଗୋଟିଏ ପାଲ ତଳେ ଗୃହପାଳିତ ପଶୁଙ୍କ ସହିତ ଆଶ୍ରୟ ନେଇଛନ୍ତି। ହେଲେ ବନ୍ୟା ସାଙ୍ଗକୁ ଦିନରେ ଓ ରାତିରେ ସରିଶୃପ ଓ ବିଷଧର ସାପଙ୍କର ଭୟ ସାଙ୍ଗକୁ ନଦୀର ହିଂସ୍ର କୁମ୍ଭୀର ଭୟରେ ଦିନ କାଟୁଛନ୍ତି ବିପନ୍ନ। ଏପରିକି ଲଘୁଚାପ ଜନିତ ଲଗାଣ ବର୍ଷା ମଧ୍ୟ ଦାଉ ସାଜୁଛି। ଏପରି ବିପନ୍ନଙ୍କ ଦୁର୍ଦ୍ଦଶା ଦୀର୍ଘ ୧୫ଦିନ ହେବ ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ନା ଅଛନ୍ତି କୌଣସି ଉଦ୍ଧାରକାରୀ ଦଳ ନା ଅଛନ୍ତି ପ୍ରଶାସନିକ ଅଧିକାରୀ। ନଦୀ ଦ୍ୱୟରେ ଉପରମୁଣ୍ଡରୁ ଆସୁଥିବା ସମସ୍ତ ବନ୍ୟାପାଣି ଆଖଣ୍ଡଳମଣି - କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ବୋଡକ ନିକଟରେ ନଦୀବନ୍ଧ ସହ ରାସ୍ତା ୩ଶହ ଫୁଟ ଧୋଇ ଯାଇଥିବାରୁ ନଦୀ-ପଥ- କ୍ଷେତ ଏକାକାର ହୋଇଯିବା ସହିତ ୨୪ଟି ଗାଁର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ତାହାସହ ଗୃହପାଳିତ ପଶୁ ଦୀର୍ଘ ୨୫ଦିନ ହେବ ଭୋକ ଉପାସରେ ଗାଁ ଦାଣ୍ଡ ଓ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ବୁଲା କୁକୁର ଓ ଶଣ୍ଢଙ୍କ କଥା ନକହିବା ଭଲ। ବିପନ୍ନଙ୍କୁ ପ୍ରଥମ ବନ୍ୟାରେ କିଛି ଚୁଡା ଓ ବିସ୍କୁଟ ଦେଇ ପ୍ରଶାସନ ତାର କାମ ସାରିଥିବା ବେଳେ ବନ୍ୟାପାଣିରେ ଫଶି ରହିଥିବା ଲୋକଙ୍କର ଚୁଲି ଓ ଘରେ ପାଣି ପଶିଯିବାରୁ ରନ୍ଧାଖାଦ୍ୟ ନପାଇ ଦୀର୍ଘଦିନ ହେବ ଶୁଖିଲା ଖାଦ୍ୟରେ ଜୀବନ ବିତାଉଛନ୍ତି। ସେହିପରି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ବନ୍ୟାଜଳ ଘେରି ରହିବା ସହ ମୁଖ୍ୟରାସ୍ତା ଓ ବଜାରରେ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଦୋକାନ ସହ ଘର ଭିତରେ ପାଣି ପଶିଯିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ। ଆରଡି ମୁଁଆ ଗାଁ ଠାରୁ କିଛି ଦୂରରେ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧ ଦୀର୍ଘବର୍ଷ ହେବ ଅର୍ଦ୍ଧାଧିକ ଭାଗ ଧସି ଯାଇଥିବା ବେଳେ ମଙ୍ଗଳବାର ବନ୍ୟାପାଣି ମାଡ଼ରେ ଅତଡା ଖଣ୍ଡ ଖସୁଥିବାରୁ ଘାଇ ହେବାରୁ ଆଶଙ୍କା ଦେଖାଦେଇଛି! ଏପରି ସୂଚନା ପାଇବା ପରେ ଜଳସମ୍ପଦ ବିଭାଗର ଅଧିକାରୀ ଘଟଣାସ୍ଥଳରେ ମଟର ଭୋଟରେ ପହଂଚି ସ୍ଥିତିର ଅନୁଧ୍ୟାନ କରିବା ସହ କୌଣସି ବିପଦ ନାହିଁ ବୋଲି ସୂଚନା ଦେଇଥିଲେ। ହେଲେ ଏପଟେ ମୁଁଆ ଗାଁର ଲୋକ କହିବା ଅନୁଯାୟୀ ଜଳସମ୍ପଦ ବିଭାଗର ଦାୟୀତ୍ୱରେ ଥିବା ଅଧିକାରୀ ଜାଣି ଶୁଣି ଘାଇ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande