ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଓ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ମିଳିତ ଏନଫୋର୍ସମେଣ୍ଟ ଅଭିଯାନ

ସମ୍ବଲପୁର, ୧୮, ଅଗଷ୍ଟ (ହି.ସ.) ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଆଜି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ଓ ଖାଦ୍ୟ ସୁରକ୍ଷା ନିୟମର ଅନୁପାଳନ ସୁନିଶ୍ଚିତ କରିବା ନିମନ୍ତେ ଏକ ମିଳିତ ଏନଫୋର୍ସମେଣ୍ଟ ଅଭିଯାନ କରାଯାଇଥିଲା।

ଅଭିଯାନ ସମୟରେ ମୋଟ ୩୦ କିଲୋଗ୍ରାମ୍ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଜବତ କରାଯାଇଥିବାବେଳେ, SUP ବ୍ୟବହାର ପାଇଁ ଉଲ୍ଲଂଘନକାରୀଙ୍କ ଠାରୁ ₹୧୪,୧୦୦/- ଜରିମାନା ଆଦାୟ କରାଯାଇଛି।

ହୋଟେଲ ଓ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନ ଯୋଗୁଁ ଅଇଁଠାପାଲି ସ୍ଥିତ ପୂଜା ସ୍ୱିଟ୍ସ କିଚେନ୍ ଏବଂ ଇଣ୍ଡିଆନ୍ ହୋଟେଲ୍—ମୋଟ ୨ଟି ହୋଟେଲକୁ ସିଲ୍ କରାଯାଇଛି। ଏହା ବ୍ୟତୀତ ଅନ୍ୟ ୪ଟି ହୋଟେଲ୍ ପରିଦର୍ଶନ କରାଯାଇ ମୋଟ ₹୧,୭୦୦/- ଜରିମାନା ଆଦାୟ କରାଯାଇଛି।

ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ଯାଞ୍ଚ ପାଇଁ ୫ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ଯାଞ୍ଚ ସମୟରେ ପ୍ରାୟ ୩୦ କିଲୋଗ୍ରାମ୍ ବାସି/ଅନୁପଯୋଗୀ ଖାଦ୍ୟ ଚିହ୍ନଟ କରାଯାଇ ନଷ୍ଟ କରାଯାଇଛି।

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାର, ଅସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ ଏବଂ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଏନଫୋର୍ସମେଣ୍ଟ ଅଭିଯାନକୁ ଜୋରଦାର କରାଯିବ। ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଧାରିତ ଖାଦ୍ୟ ସୁରକ୍ଷା, ସ୍ୱଚ୍ଛତା ଓ ପରିବେଶ ସମ୍ବନ୍ଧୀୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆହ୍ୱାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande