ଏସଆଇଆର ପ୍ରକ୍ରିୟାରୁ ବାଦ ଦେବାକୁ ଷଡ଼ଯନ୍ତ୍ର,ଅଭିଯୋଗ ଆଣିଲେ ୨୪, ୨୫ ୱାର୍ଡ଼ର ଶତାଧିକ ବାସିନ୍ଦା
ଭଦ୍ରକ, ୧୮ ଅଗଷ୍ଟ (ହି.ସ.) -ଭଦ୍ରକରେ ଏବେ ଚାଲିଛି ଏସଆଇଆର ବା ସ୍ୱତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟା । କିନ୍ତୁ ଏହି ପ୍ରକ୍ରିୟାରେ କେତେକ ସଂପୃକ୍ତ ଥିବା ଅଧିକାରୀ ନିଜ ଇଛାମୁତାବକ କାର୍ଯ୍ୟ କରୁଥିବାର ଅଭିଯୋଗ ଆସୁଛି । ଫଳରେ ବହୁ ଯୋଗ୍ୟ ମତଦାତା ନିଜର ଗଣତାନ୍ତ୍ରୀକ ଓ ସାମ୍ବିଧାନିକ ଅଧିକାରରୁ ବଂ
SIR PRAKRIYARU BAD DEBAKU SADAJANTRA


ଭଦ୍ରକ, ୧୮ ଅଗଷ୍ଟ (ହି.ସ.) -ଭଦ୍ରକରେ ଏବେ ଚାଲିଛି ଏସଆଇଆର ବା ସ୍ୱତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟା । କିନ୍ତୁ ଏହି ପ୍ରକ୍ରିୟାରେ କେତେକ ସଂପୃକ୍ତ ଥିବା ଅଧିକାରୀ ନିଜ ଇଛାମୁତାବକ କାର୍ଯ୍ୟ କରୁଥିବାର ଅଭିଯୋଗ ଆସୁଛି । ଫଳରେ ବହୁ ଯୋଗ୍ୟ ମତଦାତା ନିଜର ଗଣତାନ୍ତ୍ରୀକ ଓ ସାମ୍ବିଧାନିକ ଅଧିକାରରୁ ବଂଚିତ ହେବାର ସମ୍ଭବାନା ଦେଖାଦେଇଛି । ଏନେଇ ବହୁ ଅଭିଯୋଗ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିୟମିତ ପହଂଚିବାରେ ଲାଗିଛି । ଏହାର ଏକ ଉଦାହରଣ ମଙ୍ଗଳବାର ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଶତାଧିକ ଅଭିଯୋଗକାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଭଦ୍ରକ ପୌରାଚଂଳର ୨୪ ଓ ୨୫ ନମ୍ବର ୱାର୍ଡ଼ର ଶତାଧିକ ସ୍ଥାୟୀ ବାସିନ୍ଦା ଜିଲ୍ଲା ଅରକ୍ଷୀ ଅଧୀକ୍ଷକ( ଏସପି) ମନୋଜ ରାଉତଙ୍କୁ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାରିଙ୍କ ନେତୃତ୍ୱରେ ଭେଟି ଚାଲିଥିବା ସଂଶୋଧନ ପ୍ରକ୍ରିୟାର ୭ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିଜ ଅଭିଯୋଗରେ ସେମାନେ ଦର୍ଶାଛତିଯେ; ପ୍ରଚଳିତ ପ୍ରକ୍ରିୟାର ନିୟମ ଅନୁସାରେ ଜଣେ ବ୍ୟକ୍ତି ୧୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ କରି ପାରିବ ନାହିଁ । କିନ୍ତୁ ବିଶ୍ୱସ୍ଥ ସୂତ୍ରର ତଥ୍ୟ ଅନୁଯାୟୀ ଦେଖିବାକୁ ନିର୍ଦ୍ଦିଷ୍ଟ ବ୍ଯକ୍ତି ଭିନ୍ନ ମତା ତାଦର୍ଶ ପୋଷଣ କରି ଦଶରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ମିଳୁଛି ଜଣେ ଦାଖଲ କରିଛନ୍ତି । ଯାହାକି ସମ୍ପୂର୍ଣ ବେଆଇନ ସେମାନଙ୍କ ସ୍ଥାୟୀ ବାସିନ୍ଦାକୁ ଓ ଶତାଧିକ ମତଦାତାଙ୍କୁ ନିଜ ଗଣତାନ୍ତ୍ରୀକ ଓ ସାମ୍ବିଧାନିକ ଅଧିକାରରୁ ବଂଚିତ କରିବାକୁ ଏକ ସୁଚିଭିତ ଷଡ଼ଯନ୍ତ୍ର । ଏହାକୁ ପ୍ରଶାସନ କିପରି ଅନୁମତି ଦେଉଛି ତହା ଏକ ପ୍ରଶ୍ନବାଚୀ । ଏସପି ଶ୍ରୀ ରାଉତ ଅଭିଯୋଗକାରୀଙ୍କୁ ଆଶନା ଦେଇଥିଲେ । କହିଥିଲେଯେ; ମିଥ୍ୟା ଅଭିଯୋଗକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଏହାବ୍ୟତୀତ ସେମାନଙ୍କୁ ସ୍ଥାନୀୟ ପୁରୁଣାବଜାର ଥାନାରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ନାମରେ ଅଭିଯୋଗପତ୍ର ଦାଖଲ କରିବାକୁ ପରାମର୍ଶ ଦେଇଥିଲେ । ପରେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ପହଂଚି ଅନୁରୂପ ଅଭିଯୋଗ କରିବା ସହ ଅଭିଯୋଗପତ୍ର ଦାଖଲ କରିଥିଲେ । ଏହି ପ୍ରକ୍ରିୟାରେ କୌଣସି ଜଣେ ବି ବାସ୍ତବ ମତଦାତା ନିଜ ଗଣତାନ୍ତ୍ରୀକ ଅଧିକାରରୁ ବଂଚିତ ହେବେ ନାହିଁ ବୋଲି ଅଭିଯୋଗକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ୨୫ ନମ୍ବର କାଉନସିଲର ସେକ ସାହିଲ କାଦ୍ରୀ, ୨୪ ନମ୍ବର ୱାର୍ଡ଼ର ପାରିଷଦଙ୍କ ପ୍ରତିନିଧି ଖାଲିଦ ହୁସେନ ଶାହା, ରାଜେନ୍ଦ୍ର ପ୍ରସାଦ ଯେନା, ବିଜୟ ବାରିକ, ଏନାମୁଳ ହକ୍, ସୁଲେମାନ ଖାନ, ଫୈଳାଉଦ୍ଦିନ ଖାନ, ସେକ ନୁର ମହମ୍ମଦଙ୍କ ସମେତ ଶତାଧିକ ୱାର୍ଡ଼ବାସୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande