
କେନ୍ଦ୍ରାପଡ଼ା , 18 ଅଗଷ୍ଟ (ହି.ସ.): ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଜିଲ୍ଲାର ୬ଟି ବ୍ଲକ୍—ଆଳି, ଡେରାବିଶ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକାର ୬୫ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୩୭ଟି ଗ୍ରାମ ପ୍ରଭାବିତ ହୋଇଛି। ଏହାସହ ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ମୋଟ ୧,୪୮,୩୧୫ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି।ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୧୧ଟି ଆଶ୍ରୟ କେନ୍ଦ୍ରରେ ୨,୧୧୫ ଜଣଙ୍କୁ ରଖାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ୬ଟି ମାଗଣା ରନ୍ଧାଘର/ରିଲିଫ୍ କେନ୍ଦ୍ର କାର୍ୟ୍ୟକ୍ଷମ ରହିଛି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଆଜି ସୁଦ୍ଧା ୨,୦୬୫ ଜଣ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି।ବନ୍ୟା ପ୍ରଭାବିତ ଲୋକଙ୍କୁ ଆଜି ୬୮.୪୮ କ୍ୱିଣ୍ଟାଲ ଚୁଡ଼ା, ୪ କ୍ୱିଣ୍ଟାଲ ଗୁଡ଼/ଚିନି, ୬,୧୬୦ ପ୍ୟାକେଟ୍ ବିସ୍କୁଟ୍ ଓ ଶିଶୁ ଖାଦ୍ୟ ବଣ୍ଟନ କରାଯାଇଛି।ସ୍ୱାସ୍ଥ୍ୟ ସେବା ପାଇଁ ୧୬ଟି ମେଡିକାଲ୍ ଟିମ୍ ନିୟୋଜିତ ହୋଇଛନ୍ତି। ସେହିପରି ୩ଟି ପଶୁ ଚିକିତ୍ସା ଟିମ୍ ମଧ୍ୟ ନିୟୋଜିତ ରହିଛି। ବନ୍ୟାରେ ମୋଟ ଞ୍ଚ୬୫,୮୨୮ଟି ପଶୁ ପ୍ରଭାବିତ ହୋଇଥିବା ବେଳେ କୌଣସି ପଶୁଙ୍କ ମୃତ୍ୟୁ ଘଟିନାହିଁ। ଞ୍ଚବନ୍ୟାଜଳରେ ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିବାରୁ ୧୧୮ଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ୍ୟାଜଳ ହ୍ରାସ ପାଇବା ପରେ ଫସଲ କ୍ଷତି ଓ ଘରବାଡ଼ି କ୍ଷୟକ୍ଷତିର ଆକଳନ କରାଯିବ। ବର୍ତ୍ତମାନ ସୁଦ୍ଧା ଭିତ୍ତିଭୂମି, ବିଦ୍ୟୁତ ଯୋଗାଣ, ଜଳଯୋଗାଣ ଓ ଗଛ ଉପୁଡ଼ିବା ସମ୍ପର୍କିତ କୌଣସି ବିଶେଷ କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ।ଉଦ୍ଧାର ଓ ରିଲିଫ୍ କାର୍ୟ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ୪ଟି ଝଜଉ ପାୱାର ବୋଟ୍, ୯୩ଟି ଦେଶୀ ଡଙ୍ଗା ଓ ୬ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ ହୋଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର, ସ୍ୱାସ୍ଥ୍ୟସେବା, ଖାଦ୍ୟ ଯୋଗାଣ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ନିରନ୍ତର ଭାବେ ଯୋଗାଇ ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରବି