ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍
ବଲାଙ୍ଗିର, 18 ଅଗଷ୍ଟ (ହି.ସ. ବଲାଙ୍ଗୀର ପୌର ପରିଷଦର ନୂଆ ପଦକ୍ଷେପ ମଶା ନିୟନ୍ତ୍ରଣ ସହ ବୁଲା ଗାଈଙ୍କ ସମସ୍ୟାର ସମାଧାନକୁ ଗୁରୁତ୍ୱ ବଲାଙ୍ଗୀର ସହରବାସୀଙ୍କ ଦୀର୍ଘଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ପୌର ପରିଷଦ ପକ୍ଷରୁ ଆଜି ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ପୌର ପରିଷଦ
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍


ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍


ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍


ବଲାଙ୍ଗିର, 18 ଅଗଷ୍ଟ (ହି.ସ.

ବଲାଙ୍ଗୀର ପୌର ପରିଷଦର ନୂଆ ପଦକ୍ଷେପ ମଶା ନିୟନ୍ତ୍ରଣ ସହ ବୁଲା ଗାଈଙ୍କ ସମସ୍ୟାର ସମାଧାନକୁ ଗୁରୁତ୍ୱ

ବଲାଙ୍ଗୀର ସହରବାସୀଙ୍କ ଦୀର୍ଘଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ପୌର ପରିଷଦ ପକ୍ଷରୁ ଆଜି ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଦିନ ୧୨ଟା ୩୦ ମିନିଟ୍ ସମୟରେ ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଗୋଟିଏ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍ ଲୋକାର୍ପିତ ହୋଇଛି।

ନଗରପାଳ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଗାଡ଼ି ଗୁଡ଼ିକର ଶୁଭ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ନଗରପାଳ କହିଥିଲେ ଯେ, ସହରବାସୀଙ୍କ ଦୀର୍ଘଦିନର ଆବଶ୍ୟକତା ଓ ସମସ୍ୟାକୁ ଅନୁଭବ କରି ପୌର ପରିଷଦ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବିଶେଷକରି ସହରରେ ବଢ଼ୁଥିବା ମଶାଙ୍କ ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରିବା ସହ ବୁଲା ଗାଈ ଓ ଅନ୍ୟାନ୍ୟ ପଶୁଙ୍କ ସମସ୍ୟାର ସୁଚାରୁ ସମାଧାନ ପାଇଁ ଏହି ଯାନ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ଇଭି ମଶା ନିବାରଣ ଗାଡ଼ି ମାଧ୍ୟମରେ ସହରର ବିଭିନ୍ନ ଅଞ୍ଚଳରେ ନିୟମିତ ଭାବେ ମଶା ନିୟନ୍ତ୍ରଣ କାର୍ଯ୍ୟ କରାଯିବ। ସେହିପରି ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍ ମାଧ୍ୟମରେ ରାସ୍ତାରେ ବୁଲୁଥିବା ପଶୁଙ୍କୁ ଉଦ୍ଧାର, ସ୍ଥାନାନ୍ତରଣ ଓ ଆବଶ୍ୟକ ସେବା ଯୋଗାଇବାରେ ପୌର ପରିଷଦକୁ ସହାୟତା ମିଳିବ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଉପ ନଗରପାଳଙ୍କ ସମେତ ପୌର ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ। ଏହା ସହିତ ସହରର ସମାଜସେବୀ ଗୌର ପୁରୋହିତ, ମୁନ୍ନା ଖାଁଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ନିର୍ବାହୀ ଅଧିକାରୀ ସହିତ ପୌର ପରିଷଦ ସମସ୍ତ କର୍ମାଚାରୀ ଉପସ୍ଥିତ ରହି ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ।

ସହରର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ପଶୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ବଲାଙ୍ଗୀର ପୌର ପରିଷଦର ଏହି ପଦକ୍ଷେପ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande